Latest Odisha News

BREAKING NEWS

ସାଂସଦ ଅପରାଜିତାଙ୍କୁ ପିନାକୀଙ୍କ ଟାର୍ଗେଟ : ମୁଁ ଯଦି ମିଛ କହିଛି ମୋ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ

ପୁରୀରେ ହେଉନି ବେଆଇନ କାମ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ଏଏସଆଇ ସମ୍ପୂର୍ଣ୍ଣ ଅବଗତ ଅଛି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପୁଣି ଅପରାଜିତାଙ୍କୁ ଟାର୍ଗେଟ କଲେ ପୁରୀ  ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ସଂସଦରେ ଯଦି ମୁଁ ମିଛ କହିଛି ମୋ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ ବୋଲି ସିଧାସଳଖ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ନେଇ ସେ ଏପରି କହିଛନ୍ତି ।

ଏଥିରେ କୌଣସି ନିୟମର ଉଲ୍ଲଙ୍ଘନ ହୋଇନାହିଁ । ଏଏସଆଇ ଏ ବିଷୟରେ ସମ୍ପୁର୍ଣ୍ଣ ଅବଗତ ଅଛି । ଯେଉଁ ଆଇନଜୀବୀ ଓ ସଙ୍ଗଠନ ମାନେ ମୋ ବିରୋଧରେ ସ୍ୱର ଉାଠାଉଛନ୍ତି କୋର୍ଟରେ ଚ୍ୟାଲେଞ୍ଚ କରନ୍ତୁ ବୋଲି ପିନାକୀ ମିଶ୍ର କହିଛନ୍ତି ।

ସୂଚନା ଅନୁସାରେ ଲୋକସଭାରେ ସାଂସଦ ଅପରାଜିତା ଷଡଙ୍ଗୀ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।ରାଜ୍ୟ ସରକାର କାହାର ଅନୁମତି ନନେଇ ବେଆଇନ ଭାବରେ ଶ୍ରୀମନ୍ଦିର ୧୦୦ ମିଟର ପରିଧି ଭିତରେ ଖୋଳାଖୋଳି କରୁଛନ୍ତି ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତି ଷଡଙ୍ଗୀ ।

ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ଚାରିପଟେ ବେଆଇନ ଖନନ ହେଉନି ।ଲୋକଙ୍କ ସୁବିଧା ପାଇଁ ଟଇଲେଟ କରାଯାଉଛି ବୋଲି ପିନାକୀ କହିଥିଲେ । ହେଲେ ଆଜି ପୁଣି ପୁରୀ ସାଂସଦ ପିନାକୀ ମିଶ୍ର ଅପରାଜିତକୁ ଟାର୍ଗେଟ କରି ଏଭଳି କହିଛନ୍ତି ।

Leave A Reply

Your email address will not be published.