Latest Odisha News

BREAKING NEWS

ଗୁଜୁରାଟରେ ଗୋଟିଏ ସୁଯୋଗ ମାଗିଲେ କେଜ୍ରିୱାଲ

୨୫ ବର୍ଷ ଶାସନରେ ବିଜେପିର ବଢ଼ିଛି ଔଦ୍ଧତ୍ୟ

ଅହମଦାବାଦ: ଆମ ଆଦମୀ ପାର୍ଟି ପଞ୍ଚାବରେ ମେଜିକ୍ କରିବା ପରେ ଏବେ ନଜର ପକେଇଛି ଗୁଜୁରାଟ ଉପରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗଡ଼କୁ ଯାଇ କେଜ୍ରିୱାଲ ଜନତାଙ୍କୁ ସୁଯୋଗ ମାଗିଛନ୍ତି । ଅହମଦାବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଏକ ରୋଡ-ଶୋ ରେ କେଜ୍ରିୱାଲ କହିଛନ୍ତି; ‘ଥରେ ସୁଯୋଗ ଦିଅ, ନିରାଶ ହେବନି । ଯଦି ନିରାଶ ହେଲ ଆଗାମୀ ଥରକୁ ହଟେଇ ଦେବ’ । ସେମାନେ ୨୫ ବର୍ଷ ହେଲାଣି ଶାସନ କରୁଛନ୍ତି । ଉଦ୍ଧତ ହେଇଗଲେଣି । ଥରେ ଏଠି ଆପ୍ କୁ ସୁଯୋଗ ଦିଅ । ଯେମିତି ପଞ୍ଜାବ ଓ ଦିଲ୍ଳୀ ବାସୀ ଦେଇଛନ୍ତି ।

ତ୍ରିିରଙ୍ଗା ଗୌରବ ଯାତ୍ରା ନାମିତ ଏହି ରୋଡ-ଶୋ ରେ କେଜ୍ରିୱାଲଙ୍କୁ ଦେଖିବାକୁ ଢ଼େର ଲୋକ ଜମା ହୋଇଥିଲେ । କେଜ୍ରିୱାଲ ଏଠି ବିଜେପିକୁ କୌଣସି ନିର୍ଦ୍ଧିଷ୍ଟ ବିଷୟରେ ସମାଲୋଚନା ନକରି ଚାଲାକି ଆପଣେଇଥିଲେ । ଦୀର୍ଘ ବର୍ଷ ହେଲାଣି ଶାସନ କରୁଛି ବିଜେପି । ଔଦ୍ଧତ୍ୟ ବଢ଼ିଗଲାଣି, ସାଧାରଣ ଲୋକଙ୍କୁ ଶୁଣୁ ନାହାନ୍ତି, ଦୁର୍ନୀତି ବଢ଼ିଛି । ଏଭଳି କିଛି ରାଜନୀତି ବିଜ୍ଞାନର ଆଦର୍ଶ ଧାଡ଼ି କହିଥିଲେ ।

ଗାନ୍ଧିଙ୍କ ରାଜ୍ୟରେ ଶାଳୀନତାର ସହ କେଜ୍ରିୱାଲ କହିିଲେ, “ମୁଁ ଏଠି କୌଣସି ଦଳକୁ ସମାଲୋଚନା କରିବାକୁ ଆସିିନି । ନା ବିଜେପିକୁ ହରାଇବା, ନା କଂଗ୍ରେସକୁ ହରାଇବା ଆମ ଉଦ୍ଦେଶ୍ୟ । ମୁଁ ଗୁଜୁରାଟ ଓ ଗୁଜୁରାଟୀଙ୍କୁ ଜିତେଇବାକୁ ଆସିଛି । ଆମକୁ ଗୁଜୁରାଟରେ ଦୁର୍ନୀତି ରୋକିବାକୁ ହେବ ।”

ଆଗକୁ ଗୁଜୁରାଟ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ମାନ୍ ବଢ଼ିଆ ରାଷ୍ଟ୍ରବାଦୀ ଭାଷଣ ଦେଇ କହିଲେ, ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମି ପଞ୍ଚାବ ମୋ ଘର । ଆମେ ରାଷ୍ଟ୍ରବାଦୀ ଲୋକ, ଆମେ ଦେଶକୁ ଭଲପାଉ ।

ର୍ନିବାଚନରେ ଲଢ଼େଇ ସଂକେତ ଦେଇ ମାନ୍ କହିଲେ, ପଞ୍ଚାବ ପରେ ଆମେ ଏବେ ଗୁଜୁରାଟ ପାଇଁ ପ୍ରସ୍ତୁତ ହେଉଛୁ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ମୋ ପ୍ରଥମ ଆଗମନ । ଦୁଇ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଗସ୍ତରେ ଯାଇ, ସାବରମତୀ ଆଶ୍ରମ ବୁଲିବା ସହ ଚରଖାରେ ସୂତା କାଟିବାର ଦେଖିବାକୁ ମିଳିଥିଲେ । ପଞ୍ଜାବର ପ୍ରତି ଘରେ ଚରଖା ଅଛି । ମୋ ମା, ଜେଜେମା ମଧ୍ୟ ଚରଖାରେ ସୂତା କାଟୁଥିବାର ମୁଁ ପିଲାବେଳେ ଦେଖିଛି ବୋଲି ମାନ୍ କହିଥିଲେ ।

Leave A Reply

Your email address will not be published.