ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ , କାଉଣ୍ଟର ଆଗରେ ପ୍ରବଳ ଭିଡ
ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଦେବାପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ଅନୁମୋଦନ କରିଛି
ଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହେଲା ମଦ । ମଦରେ ଗ୍ରାହକଙ୍କୁ ମିଳିବ ରିହାତି । ପ୍ରାୟ ୨୫ ପ୍ରତିଶତ ରିହାତି ପାଇବେ ଗ୍ରାହକ । ବିକ୍ରି କରୁଥିବା ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଦେବାପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ଅନୁମୋଦନ କରିଛି । ମଦ ଶସ୍ତା ହେବା ପରେ ବିଭିନ୍ନ ଗଳି କନ୍ଦିରେ ଥିବା ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।
ସବୁ ବର୍ଗର ଲୋକ ମଦ କିଣିବା ପାଇଁ କାଉଣ୍ଟର ଆଗରେ ଭିଡ ଜମାଉଛନ୍ତି । କେତେକ ଜାଗାରେ ୪୦ ପ୍ରତିଶର ରିହାତିରେ ମଧ୍ୟ ମଦ ମିଳୁଛି । ଗୋଟିଏ ମଦ ନେଲେ ଆଉ ଗୋଟିଏ ଫ୍ରି ଅଫର ମଧ୍ୟ ଦେଉଛନ୍ତି ବ୍ୟବସାୟୀ ମାନେ । ଏହା ସହ ସହରରେ ଗୁଜୁବ ଉଠୁଛି ସରକାର କହିଛନ୍ତି ଯେଉଁମାନେ ୱାଇନ କିଣିବା ପାଇଁ ଆସୁଛନ୍ତି ସେମାନେ ଆଧାର କାର୍ଡ ଅବା ରାସନ କାର୍ଡ ଦେଖାଇବା ବାଧ୍ୟତାମୂଲକ ରହିଛି ।
ହେଲେ ସରକାର ଏପରି କିଛି ଘୋଷଣା କରିନାହାନ୍ତି । ଫେବୃଆରୀରେ ଦିଲ୍ଲୀର ସରକାର ମଦ ବୋତଲରେ ଦିଆଯାଇଥିବା ରିହାତି ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଶୁକ୍ରବାର ଦିଲ୍ଲୀ ଏକ୍ସାଇଜ କମିସନର ପୁଣି ଥରେ ମଦ ବିକ୍ରି ଉପରେ ଅନୁମୋଦନ ଛାଡ କରିଛନ୍ତିା ଏହି ଅନୁସାରେ ଦୋକାନୀ ମାନଙ୍କୁ ଏମଆରପି ଉପରେ ୨୫ ପ୍ରତିଶତ ରିହାତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଯଦି କୌଣସି ଦୋକାନୀ ନିୟମର ଉଲ୍ଲଂଙ୍ଘନ କରନ୍ତି ତେବେ ଦିଲ୍ଲୀ ଏକ୍ସାଇଜ ଆକ୍ଟ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।।ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁିଡିକ ୨୫ ପ୍ରତିଶତ ରିହାତି ଦେବା ପାଇଁ କୁହାଯାଇଛି ।
Comments are closed.