Latest Odisha News

BREAKING NEWS

ବଟଲର, ଚହଲଙ୍କ ପ୍ରଦର୍ଶନ ବଳରେ ମୁମ୍ବାଇକୁ ହରାଇଲା ରାଜସ୍ଥାନ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ମୁକାବିଲାରେ ଜୋସ ବଟଲରଙ୍କ ଆକର୍ଷଣୀୟ ଶତକ ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ୨୩ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୮ ୱିକେଟ ହରାଇ ୧୯୩ ରନ କରିଥିଲା । ବଟଲର ୧୦୦, ସ୍ରିମେନ ହେଟମେୟର ୩୫ ଓ ଅଧିନାୟକ ସଂଜୁ ସାମସନ ୩୦ ରନର ଇନିଂସ ଖେଳିଥିଲେ । ଯଶପ୍ରୀତ ବୁମରାହ ଓ ଟାଇଲ ମିଲ୍ସ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା । ଈଶାନ କିଶାନ ୫୪, ତିଳକ ବର୍ମା ୬୧ ଓ କିରନ ପୋଲାର୍ଡ ୨୨ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ରାଜସ୍ଥାନ ପକ୍ଷରୁ ଚହଲ ଓ ନବଦୀପ ସୈନୀ ୨ଟି ଲେଖାଁଲ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.