ଭୁବନେଶ୍ୱ: ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଇ ଆଡମିଶନ ଘଟଣା । ଏହି ଘଟଣାକୁ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।ଜାଲ ସାର୍ଟିଫିକେଟ ଯଦି କେହି ଦେଇଛନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ତେଣୁ ବିଜେବି କଲେଜ ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି । ଆଉ କେଉଁଠାରେ ଯଦି ଏପରି ହୁଏ , ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଁ ତୁରନ୍ତ ବିଭାଗରେ ତର୍ଜମା କରି ଯହା ପଦକ୍ଷେପ ନେବା କଥା ନେବି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ସୂଚନା ଅନୁସାରେ ଗତକାଲି ଏକ ଘଟଣା ସାମ୍ନାକୁ ଆସିଥିଲା । ବିଜେବି କଲେଜରେ ୮ ଜଣ ପିଲା ଜାଲ ସାର୍ଟିଫିକେଟ ଦେଇ ଆଡମିଶନ କରିଥିଲେ । ସେମାନଙ୍କ ନାରେ କେଲେଜ ପ୍ରିନ୍ସପାଲ ବଟଗଡ ଥାନାରେ ଏତଲା ଦାଏର କରିଥିଲେ । ଏଥି ମଧ୍ୟରୁ ୪ ଜଣ ପିଲା କଟକର ହୋଇଥିବା ବେଳେ ଆଉ ୪ ଜଣ ଭଦ୍ରକର ଥିଲେ ।ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
Comments are closed.