Latest Odisha News

ଭଦ୍ରକରେ ବଢୁଛି ବିଜେଡିର ବଳ ,ସ୍ୱାଧୀନ କାଉନସିଲର ବିଜେଡିରେ ମିଶିଲେ

ଭଦ୍ରକ : ଭଦ୍ରକରେ ବଢୁଛି ବିଜେଡିର ବଳ । ଭଦ୍ରକ ପୌର ପାଳିକାରେ ସ୍ୱାଧିନ କାଉନସିଲର ବିଜେଡିରେ ମିଶିଲେ । ରାତି ପାହିଲେ ଭଦ୍ରକ ପୌର ପାଳିକାରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସ୍ୱାଧିନ ଭାବେ ନିର୍ବାଚନରେ ଏକ ନମ୍ବର ୱାର୍ଡରୁ ବିଜୟ ଲାଭ କରିଥିବା ଜୟନ୍ତି ପୃଷ୍ଟି ଆଜି ବିଦ୍ଧି ବଦ୍ଧ ଭାବେ ବିଜେଡିରେ ମିଶିଛନ୍ତିା

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସ ଗୃହରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୌର ପାଳିକାରେ ଅଧ୍ୟକ୍ଷ ପଦରେ ସ୍ୱାଧିନ ଭାବେ ଜିତିଥିବା ଗୁଲୁମୁକି ହବିବ।ଅଧ୍ୟକ୍ଷା ହୋଇଥିବା ବେଳେ । ଆସନ୍ତା କାଲି ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ମାତ ଦେବାପାଇଁ ବିରୋଧୀ ସକ୍ରିୟ ପ୍ରୟାସ ଆରମ୍ଭ କରିଥିବା ବେଳେ । ବିଜେଡି ଓଲଟା ପ୍ରହାର କରିଛି । ସେପଟେ ପୌର ପାଳିକାରେ ୨୯ ଟି ୱାର୍ଡରୁ ବିଜେଡି ୧୭ଟି ଜିତିଥିବା ବେଳେ ।ଆଜି ଜୟନ୍ତୀ ମିଶିବା ପରେ ଏହା ୧୮ କୁ ବୃଦ୍ଧି ପାଇଛି ।

ବିରୋଧୀ ୧୨ଟି ଜିତିଥିବା ବେଳେ ଏବେ ବିରୋଧୀଙ୍କ ପାଖରେ ୧୧ ଜଣ କାଉନସିଲର ଅଛନ୍ତି । ହେଲେ କାଲି ଉପାଧ୍ୟକ୍ଷ ନିର୍ବାଚନ ପରେ ଜଣା ପଡିବ କିଏ ପିନ୍ଧିବ ବିଜୟ ମୁକୁଟ।

Leave A Reply

Your email address will not be published.