Latest Odisha News

BREAKING NEWS

ପେଟ୍ରୋଲ ପମ୍ପରେ ୫୦ଟଙ୍କାରୁ ତଳକୁ ତେଲ ମନା

ଲୋକେ ଗାଡ଼ି ଚଲାଇବାରେ ମିତବ୍ୟୟତା ଆପଣେଇଲେଣ

ନାଗପୁର: ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ମିଳିବନି । ସିଧାସିଧା ମନା । ବିନା କିଛି ଆଲୋଚନା, ଯୁକ୍ତି ତର୍କରେ ଫେରି ଆସିବେ । ମହାରାଷ୍ଟ୍ର ନାଗପୁରର ଗୋଟିଏ ପେଟ୍ରୋଲ ପମ୍ପରେ ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ଦେବାକୁ ମନା କରିଦେଇଛନ୍ତି ଟାଙ୍କି ମାଲିକ । ତେଲ ଭରୁଥିବା ସ୍ଥାନରେ ଏକ କାଗଜରେ ଏହି ସୂଚନା ଛାପି ଲଗାଯାଇଛି ।

ଦୈନିକ ତେଲ ଦର ଯେମିତି ବଢ଼ୁଛି । ସେମିତି ଲୋକେ ଟାଙ୍କି ଭରିପାରିବେନି । କାରଣ ଆୟରେ କୌଣସି ପରିବର୍ତ୍ତନ ହେଉନି । ବାସ୍ତବିକ କଥା ହେଉଛି, ଲୋକେ ଗାଡ଼ି ଚଲାଇବାରେ ମିତବ୍ୟୟତା ଆପଣେଇଲେଣି । ତେବେ ଏଭଳି ନୀତି ବିଷୟରେ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି, ତେଲ ଅପେକ୍ଷା ଖର୍ଚ୍ଚ ଅଧିକ ପଡ଼ିଯାଉଛି ।

୫୦ ଟଙ୍କାର ତେଲ ତ ବିକ୍ରି ହେଉନି, ମେସିନ ଖର୍ଚ୍ଚ ଅଧିକ ପଡ଼ିଯାଉଛି ବୋଲି କହିଛନ୍ତି ମାଲିକ ରବିଶଙ୍କର ପାର୍ଦ୍ଦି । ତେବେ ଲୋକଙ୍କ ଠାରୁ ଯୁକ୍ତି ତର୍କ ଓ ସମୟ ସଂଚୟ ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ପାର୍ଦ୍ଦି କହିଛନ୍ତ

Comments are closed.