Latest Odisha News

BREAKING NEWS

ସମ୍ବଲପୁରରେ ଆଇଓସିଏଲ ଏକ୍ସପି-୧୦୦ ତେଲ ବିକ୍ରି ଆରମ୍ଭ କଲା

ଗାଡିର ଶବ୍ଦ, ରକ୍ଷଣାବେକ୍ଷଣ ଆଦିରେ ଖର୍ଚ୍ଚ କମ, ମାଇଲେଜ ବୃଦ୍ଧି ପାଇଥାଏ

ସମ୍ବଲପୁର: ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପ୍ରଥମ ଥର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ସ୍ୱତନ୍ତ୍ର ପେଟ୍ରୋଲର ବିକ୍ରି ଆରମ୍ଭ କରାଯାଇଛି । ‘ଏକ୍ସପି-୧୦୦’ ନାମରେ ବୁଢ଼ାରଜା ସ୍ଥିତ ‘ସମ୍ବଲପୁର ଫୁଏଲ୍ସ’ ପେଟ୍ରୋଲ ପମ୍ପରେ ବିକ୍ରି ଆରମ୍ଭ କରାଯାଇଛି । ବିଶ୍ୱସ୍ତରୀୟ ଏହି ପେଟ୍ରୋଲ ଭାରତରେ କେବଳ ଆଇଓସିଏଲ ବିକ୍ରି କରୁଛି ।

ଏହା ବିଶ୍ୱର ମାତ୍ର କିଛି ଦେଶରେ ଉପଲବ୍ଧ । ଭୁବନେଶ୍ୱର ପରେ ସମ୍ବଲପୁରରେ ଏହା ଦ୍ୱିତୀୟ ବିକ୍ରୟ କେନ୍ଦ୍ର। ପ୍ରିମିୟମ କାର ଓ ବାଇକ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ପେଟ୍ରୋଲ ବ୍ୟବହାର ଦ୍ୱାରା ଗାଡିର ଶବ୍ଦ, ରକ୍ଷଣାବେକ୍ଷଣ ଆଦିରେ ଖର୍ଚ୍ଚ କମ ହେଉଥିବା ବେଳେ ଗାଡିର ମାଇଲେଜ(ପ୍ରଦର୍ଶନ) ବୃଦ୍ଧି ପାଇଥାଏ ବୋଲି ଆଇଓସିଏଲ ଦାବି କରିଛି।

ଆଇଓସିଏଲ ସମ୍ବଲପୁର ମଣ୍ଡଳ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପେଟ୍ରୋଲ ବିକ୍ରିର ଉଦଘାଟନ ଉତ୍ସବରେ କମ୍ପାନୀର ରାଜ୍ୟ ମୁଖ ଶୁଭଜିତ ଘୋଷ, ସିଜିଏମ ଏନ.ଏମ ନିମଜେ, ଜିଏମ ବାନି ମହାନ୍ତି ଉଦଘାଟନ କରିଥିଲେ । ସମ୍ବଲପୁର ମଣ୍ଡଳ ଅଧିକାରୀ ଦୀପକ କୁମାର ପ୍ରଥମ ଗ୍ରାହକଙ୍କୁ ଏହି ପେଟ୍ରୋଲ ପ୍ରଦାନ କରିଥିଲେ।  ଏହି ଅବସରରେ ଏକ ବାଇକ ରାଲି କରାଯାଇ ପେଟ୍ରୋଲ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।

Leave A Reply

Your email address will not be published.