Latest Odisha News

BREAKING NEWS

ଧୁମଧାମରେ ପାଳିତ ହେଲା ରାମ ନବମୀ, ନଗର ସଂକୀର୍ତ୍ତନରେ କମ୍ପିଲା ଭଦ୍ରକ ସହର

ଆଜି ଶ୍ରୀରାମ ନବମୀ ସାରା ରାଜ୍ୟରେ ପାଳିତ ହୋଇଯାଇଛି । ଭଦ୍ରକର ଐତିହାସିକ ଶ୍ରୀରାମ ନବମୀରେ ଭଦ୍ରକ ଆଜି ଗେରୁଆ ରଙ୍ଗରେ ସଜେଇ ହୋଇଛି। ଜିଲ୍ଲାର କୋଣ ଅନୁକୋଣରୁ ସୁସଜ୍ଜିତ ମେଢ଼ ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଲକ୍ଷଲକ୍ଷ ଭକ୍ତଙ୍କ ‘ଜୟ ଶ୍ରୀରାମ’ ଧୋନୀରେ ପ୍ରକମ୍ପିତ ହୋଇଛି ଭଦ୍ରକ ସହର ।

ଆଜିର ଏହି ଶ୍ରୀରାମ ନବମୀ ପର୍ବକୁ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମାବଲମ୍ବୀ ମିଶି ପାଳନ କରୁଥିବା ଦେଖିବାକୁ ମିଳିଛି । ୧୯୯୧ ମସିହା ଠାରୁ ଆରମ୍ଭ ହୋଇଥିବା ଏହି ଶ୍ରୀରାମ ନବମୀ ପର୍ବ ଏବର୍ଷ ସବୁ ରେକର୍ଡ ଭାଙ୍ଗି ଶୋଭାଯାତ୍ରାରେ ୮୦ରୁ ଉର୍ଦ୍ଧ୍ବ ମେଢ଼ ସାମିଲ ହୋଇଛନ୍ତି ।

ନଗର ସଂକୀର୍ତ୍ତନକୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ସହ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.