Latest Odisha News

BREAKING NEWS

ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର, ତିନି ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ରବିବାର ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର କରି ତିନି ଜଣ ଗିରଫ ହୋଇଛନ୍ତି । ହାଇଦ୍ରାବାଦରୁ ଲକ୍ଷେ୍ନø ଯିବା ବାଟରେ ତିନି ଜଣ ପୁରୁଷ ଯାତ୍ରୀ ଜଣେ ଏୟାର ହୋଷ୍ଟେସଙ୍କୁ ମଦ ପିଇ ଖରାପ ବ୍ୟବହାର ଦେଖାଇଥିଲେ । ଥରେ ନୁହେଁ, ପୁରା ଯାତ୍ରା ମଧ୍ୟରେ ବାରମ୍ବାର ଏହା ଘଟିଥିଲା ।

ଫ୍ଲାଇଟ ଅବତରଣ କରିବା ଆଗରୁ କ୍ୟାବିନ କ୍ରିଉ ପୋଲିସକୁ ଅଭିଯୋଗ କରିଦେଇଥିଲେ । ପୂର୍ବରୁ ସିଆଇଏସଏଫଙ୍କୁ ମଧ୍ୟ ଖବର ଦେଇଥିଲେ । ଫ୍ଲାଇଟରୁ ଓହ୍ଲେଇବା କ୍ଷଣି ସିଆଇଏସଏଫ କର୍ମଚାରୀ ଅଭିଯୁକ୍ତଙ୍କୁ ଧରିଥିଲେ । ପରେ ସେମାନଙ୍କୁ ସରୋଜିନୀ ନଗର ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ଆଇପିସିର ଯଥାର୍ଥ ଧାରା ଲଗାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.