Latest Odisha News

BREAKING NEWS

ଦୀର୍ଘ ୫୦ ବର୍ଷ ପରେ ଖୋଲିଲା ଆମେରିକାର ଏହି ରହସ୍ୟମୟ ଚର୍ଚ୍ଚ

ଭୁବନେଶ୍ୱର: ଆମେରିକାରେ ରହିଛି ବିଶ୍ୱର ଅନ୍ୟତମ ରହସ୍ୟମୟ ଦ ମର୍ମନ୍ ଚର୍ଚ୍ଚ । ଅଜଣା କାରଣ ଯୋଗୁଁ ଏହି ମନ୍ଦିର ପ୍ରାୟ ୫୦ ବର୍ଷ ଧରି ବନ୍ଦ ପଡିଥିଲା । ହେଲେ ଶେଷରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଲାଗି ଖୋଲିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି ।

ତେବେ ମର୍ମନ୍ ମନ୍ଦିରକୁ ପ୍ରବେଶ କରିବା ଏତେଟା ସହଜ ନୁହେଁ । ଏଥିପାଇଁ କିଛି ନିୟମ କାନୁନ୍ ତଥା କଟକଣା ଜାରି କରାଯାଇଛି । ନିୟମ ଅନୁଯାୟୀ ମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ସଂପୃକ୍ତ ବ୍ୟକ୍ତିଙ୍କୁ ନିଜ ପୋଷାକ ଓହ୍ଲାଇ ମୁଣ୍ଡଠୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଧଳା ବସ୍ତ୍ର ପରିଧାନ କରିବାକୁ ହେବ । ତେବେ ସଦ୍ୟ ସ୍ଥିତିରେ କେବଳ ଏହି ଚର୍ଚ୍ଚକୁ କେବଳ ଚୟନ ହୋଇଥିବା ସଦସ୍ୟ ଓ ସନ୍ଥମାନଙ୍କୁ ପ୍ରବେଶ ଅନୁମତି ରହିଛି ।

ଚର୍ଚ୍ଚର ବରିଷ୍ଠ ଅଧିକାରୀ କେଭିନ୍ ଡୁଙ୍କାନଙ୍କ ଅନୁଯାୟୀ, ଚର୍ଚ୍ଚ ଭିତରେ ହେଉଥିବା କାର୍ଯ୍ୟକଳାପକୁ ଲୋକେ ଗୁପ୍ତ ତଥା ରହସ୍ୟମୟ ବୋଲି ବିବେଚନା କରିଥାନ୍ତି । ହେଲେ ପ୍ରକୃତରେ ଚର୍ଚ୍ଚ ଭିତରେ କୌଣସି ପ୍ରକାର ଗୁପ୍ତ କାର୍ଯ୍ୟକଳାପ ହୋଇନଥାଏ । ବରଂ ଏହା ଏକ ଅତ୍ୟନ୍ତ ପବିତ୍ର ସ୍ଥାନ ହୋଇଥିବାରୁ ସମସ୍ତଙ୍କୁ ପ୍ରବେଶ କରିବା ଲାଗି ବାରଣ କରାଯାଇଥିଲା ।

ମେରିଲ୍ୟାଣ୍ଡର କେନ୍‌ସିଙ୍ଗଟନ୍ ସ୍ଥିତ ମର୍ମନ୍ ଚର୍ଚ୍ଚ ମଧ୍ୟକୁ ନିକଟରେ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ମିଳିଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଚର୍ଚ୍ଚରେ ପ୍ରାୟ ୭ ଲକ୍ଷ ୫୦ ହଜାର ଲୋକ ବସିବା ନେଇ କ୍ଷମତା ରହିଛି । ଶେଷଥର ପାଇଁ ଏହି ଚର୍ଚ୍ଚକୁ ୧୯୪୭ରେ ଫାଷ୍ଟ ଲେଡି ବେଟ୍ଟି ଫୋର୍ଡ ପ୍ରବେଶ କରିଥିଲେ ।

ପ୍ରାୟ ୧ ଲକ୍ଷ ୬୦ ହଜାର ସ୍କେ୍ୱୟାର୍ ଫୁଟ୍ ର ଏହି ଚର୍ଚ୍ଚରେ ଆଜିଠୁ ଆରମ୍ଭ କରି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ରହିଛି । ତେବେ ବହୁ ପୂର୍ବରୁ ଏହାକୁ ଖୋଲିବାକୁ ଯୋଜନା ରହିଥିଲେ ହେଁ କରୋନା ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା ।

Leave A Reply

Your email address will not be published.