ବ୍ରହ୍ମପୁର: IPL ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ । ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ ।
ଗତକାଲି ପାଟପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଡାମାରି କଲେଜ ପଡିଆ ନିକଟରେ ଯୁବକ ମାନେ ମୋବାଇଲରେ ଆଇପିଇଲରେ ବେଟିଂ କରୁଥିବା ସମୟରେ ଚଢ଼ାଉ କରିଥିଲା ପୋଲିସ ।
ଏହା ଏକ ଅପରାଧିକ କାର୍ଯ୍ୟ ହୋଇଥିବା ସ୍ୱତେ ଆଇପିଏଲକୁ ନେଇ କିଛି ଯୁବକ ଏହି କାର୍ଯ୍ୟ କରୁଥିଲେ । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏନେଇ ଅବଗତ ହୋଇଥିଲା । ପରବର୍ତ୍ତୀ ସମୟରେ ସିଧା ସଳଖ ଭାବେ ବେଟିଂ ଆଡ୍ଡାରେ ଚଢାଉ କରିଥିଲା ପାଟପୁର ପୋଲିସ ।
ଘଟଣାସ୍ଥଳରେ ୬ ଜଣ ରହିଥିବାବେଳେ ସମସ୍ତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଳେଇ।
Comments are closed.