Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦେବୀ ମନ୍ଦିରରେ ଅଲୌକିକ ମହିମା : ପାଣିରେ ଜଳୁଛି ଅଖଣ୍ଡ ଦୀପ

ମଧ୍ୟପ୍ରଦେଶ: ଆମ ଚାରିପଟେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ସବୁ ମନ୍ଦିରର କିଛି ନା କିଛି ରହିଛି ମାହାତ୍ମ୍ୟ । ଏମିତି ଏକ ମନ୍ଦିର ଅଛି ଯେଉଁଠି ମାଆଙ୍କ ନିକଟରେ ବର୍ଷ ବର୍ଷ ଧରି ଦୀପ ଜଳୁଛି । ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ସେହି ଦୀପ ଗୁଡିକ ତେଲ କି ଘିଅରେ ଜଳିନଥାଏ । ସବୁ ଦୀପ ଜଳୁଛି ପାଣିରେ । ଏହି ଘଟଣା ବିଶ୍ୱାସ ନହେଲେ ବି ସମ୍ପୁର୍ଣ୍ଣ ସତ । ମାଆଙ୍କ ମନ୍ଦିରରେ ରହିଛି ଏହି ଚମତ୍କାରୀତା ।

ଗଡିୟାଘାଟ ଦେବୀ ମାଆଙ୍କ ମନ୍ଦିର । କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ମାହାତ୍ମ୍ୟ ହେଉଛି ଏଠାରେ ଦୀପ ତେଲ ବଦଳରେ ପାଣିରେ ଜଳିଥାଏ ।  ଏହି ଚମତ୍କାର ଦେଖିବାକୁ ଏଠାକୁ ହଜାର ହଜାର ଲୋକ ଆସଥାନ୍ତି । ମନ୍ଦିରଟି ମଧ୍ୟପ୍ରଦେଶରେ ଅଗର-ମାଲୱା ନାଲକେଡା ଗ୍ରାମଠାରୁ ପ୍ରାୟ ୧୫ କିଲୋମିଟର ଦୂର କାଲିସିନ୍ଧ ନଦୀ କୂଳରେ ଥିବା ଗାଡିଆ ଗାଁ ନିକଟରେ ଅବସ୍ଥିତ ।

ମନ୍ଦିର ପୂଜାରୀ କୁହନ୍ତି ଯେ, ଏଠାରେ ଆଗରୁ ଦୀପ ଜାଳିବା ପାଇଁ ତେଲର ବ୍ୟବହାର ହେଉଥିଲା କିନ୍ତୁ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କୁ ମାଆ ସପନରେ ଆସି ପାଣିରେ ଦୀପ ଜଳିବାକୁ କହିଥିଲେ । ସ୍ବପ୍ନ ଦେଖିବା ପର ଦିନ ପୁରୋହିତ ସକାଳୁ ଉଠି ଯେତେବେଳେ ସେ ନିକଟସ୍ଥ କାଲିସିନ୍ଧ ନଦୀରୁ ପାଣି ନେଇ ଦୀପରେ ପକାଇ ସଳିତାରେ ନିଆଁ ସଂଯୋଗ କଲେ, ତାହା ଜଳି ଉଠିଥିଲା ।

ତେବେ ଏହି ଚମତ୍କାର ଦେଖି ପୁରୋହିତ ଭୟଭୀତ ହୋଇଯାଇଥିଲେ, ସେ ଏହି ବିଷୟରେ କିଛି ଗ୍ରାମବାସୀଙ୍କୁ ଜଣାଇଥିଲେ। ହେଲେ ତାଙ୍କ କଥାକୁ ପ୍ରଥମେ କେହି ବିଶ୍ୱାସ କରି ନଥିଲେ କିନ୍ତୁ ଯେତେବେଳେ ସେମାନେ ନିଜେ ଦୀପରେ ପାଣି ଢ଼ାଳି ଜଳାଇଥିଲେ, ସେତେବେଳେ ଘଟଣାର ସତ୍ୟତା ଉପରେ ବିଶ୍ବାସ କରିଥିଲେ ।

ଏହି ଚମତ୍କାରିତା ବିଷୟରେ ସବୁ ଆଡ଼େ ପରିବ୍ୟାପ୍ତ ହୋଇଥିଲା । ତେବେ ଏହି ନଦୀ ପାଣିରେ କଣ ଅଛି ଯେଉଁଥିପାଇଁ ଦୀପ ଜଳୁଛି ତାହାର ଉତ୍ତର ଏବେ ଯାଏଁ ବୈଜ୍ଞାନିକ ମାନେ ଜାଣି ପାରି ନାହାନ୍ତି ।

ପାଣିରେ କିଭଳି ଜଳୁଛି ଏହି ଅଖଣ୍ଡ ଦୀପ । କଣ ରହିଛି ଏହାର କାରଣ ? ଏନେଇ ବହୁ ଗବେଷଣା ପରେ ବି ଏହି ରହସ୍ୟ କେବଳ ରହସ୍ୟ ଭିତରେ ହିଁ ରହିଯାଇଛି ।

Leave A Reply

Your email address will not be published.