Latest Odisha News

BREAKING NEWS

ଭାଷା ଭାଗବତ : ଶାଂତି ସଭିଂକ ଅଧିକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୫  

ମନରେ ଉକୁଟିଲେ ଚିଂତା
ଅଶାଂତ ହୁଏ ବ୍ୟକ୍ତି ସତ୍ତା
ଚିଂତାକୁ କରିଲେ ଅକ୍ଷର
ଅଶାଂତି ଆପେ ହୁଏ ଦୂର

କଥାରୁ ଜାତ ହୁଏ କଳି
ଲେଖିଲେ ଭାବନା ସଂଭାଳି
ସ୍ବଭାଷା ପଡ଼େନାହିଁ ଟଳି
ଦେଖାଏ ଭାବର ବର୍ଣାଳି

ଚାହୁଁଛୁଁ ଯଦି ସୁଖ, ଶାଂତି
ମନରୁ ତଡ଼ୁଁ ସବୁ ଭ୍ରାଂତି
ଭ୍ରାଂତ ଧାରଣା ବଶବର୍ତୀ
କେବେ ପାଆଂତିନାହିଁ ଶାଂତି

ବ୍ୟକ୍ତିର ଚାହିଁବାର ଫଳେ
ସମୂହ କେବେ ବି ନ ଚଳେ
ସ୍ବମତ ହେଲେ ଅନାଦୃତ
କେହି ହେବାନି ବିଚଳିତ

ମନକୁ କରିଲେ ଆୟତ୍ତ
ସ୍ବଭାବେ ସ୍ଥିର ରହେ ଚିତ୍ତ
ଚିତ୍ତଚାଳିତ ହୋଇ ବ୍ୟକ୍ତି
ଅର୍ଜନ କରେ ଶକ୍ତି, ଶାଂତି

ଶାଂତି ସଭିଂକ ଅଧିକାର
କରିହେବନି ଅସ୍ବୀକାର
ଅସ୍ବୀକାର କଲେ ବି କେହି
କେବେ ଅଶାଂତ ହେବାନାହିଁ

ମନରୁ ତଡ଼ି ଲଜ୍ଜା, ଡର
ଯେ କାମ କରଇ ନିଜର
ତା ମନ ହୁଏ ଶାଂତିଘର
ସମୂହ ପାଏ ଉପକାର

ଦୀପର ହୀନପ୍ରଭାଲୋକ
ଦେଖିପାରଂତି ବହୁ ଲୋକ
ସେପରି ବ୍ୟକ୍ତି କାର୍ଯ ବଳେ
ଲୋକଂକୁ ଉପକାର ମିଳେ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.