ଭୁବନେଶ୍ୱର: ଧର୍ମପଦ ପୁରସ୍କାର ପାଇଁ ଗଠନ ହୋଇଛି ଚୟନ କମିଟି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ବିଭାଗ ସାତ ଜଣିଆ ଏକ କମିଟି ଗଠନ କରି ରାଜ୍ୟ ପାଳଙ୍କ ନିକଟକୁ ପ୍ରସ୍ତାବ ଦେଇଥିଲା ।
କମିଟି ଗଠନ ସହ ପଦବୀ ଗୁଡ଼ିକୁ ମଧ୍ୟ ଅନୁମୋଦନ ମିଳିଯାଇଛି । ଅଧ୍ୟକ୍ଷ ଅଛନ୍ତି ପଦ୍ମବିଭୂଷଣ ସୁଦର୍ଶନ ସାହୁ । ଅନ୍ୟ ଛଅ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ଭିତରୁ ଜଣେ ଆବାହକ ନିଯୁକ୍ତ ହୋଇଛନ୍ତି ।
ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଡ. ବ୍ୟୋମକେଶ ତ୍ରିପାଠୀ, ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ, କଳାକାର ବନ ବିହାରୀ ପଣ୍ଡା, କଳାକାର ବିଜୟ କୁମାର ପଣ୍ଡା କମିଟି ରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଲଳିତ କଳା ଏକାଡେମୀ ସଂପାଦକ ପଂଚାନନ ସାମଲ ସଦସ୍ୟ ତଥା ଆବାହକ ରହିଛନ୍ତି ।
Comments are closed.