ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା । ଯେଉଁଥିରେ ପ୍ରିୟଙ୍କା ଝିଅକୁ ଛାତିରେ ଜାବୁଡ଼ି ଧରିଥିବା ବେଳେ କୁନି ବେବିର ହାତକୁ ଧରିଛନ୍ତି ନିକ୍ ଜୋନ୍ସ ।
ପାଖାପାଖି ଶହେ ଦିନ ପରେ ନିଜ ଝିଅ ମାଳତୀର ଗୃହ ପ୍ରବେଶ କରାଇଛନ୍ତି ପ୍ରିୟଙ୍କା ଚୋପ୍ରା । ଏନଆଇସିୟୁରେ ଝିଅର ଚିକିତ୍ସା ଚାଲିଥିଲା । ଏଥିପାଇଁ ଲସ୍ ଆଞ୍ଜେଲ୍ସରେ ଥିବା ରାଡି ଚିଲଡ୍ରେନ୍ସ ଲା ଜୋଲା ହସ୍ପିଟାଲର ଡାକ୍ତର, ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରିୟଙ୍କା ଓ ନିକ୍ । ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ମମି ଓ ଡାଡି ତୁମକୁ ବହୁତ ଭଲ ପାଆନ୍ତି ।
ନିକ୍ ଜୋନସ୍ ବି ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପ୍ରିୟଙ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିକ୍ । ୨୦୧୮ ମସିହାରେ ପ୍ରିୟଙ୍କା ଓ ନିକ୍ ବିବାହ କରିଥିଲେ । ଚଳିତବର୍ଷ ଜାନୁଆରୀ ମାସରେ ସରୋଗେସୀରେ କନ୍ୟା ସନ୍ତାନ ବାପା ମାଆ ହୋଇଥିଲେ ନିକ୍ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରା । ଏବେ ନିଜ ଝିଅର ଫାଷ୍ଟ ଲୁକ୍ ସାମନାକୁ ଆଣିଛନ୍ତି ନିକ୍ ଓ ପ୍ରିୟଙ୍କା ।
BREAKING NEWS
- ଆଗାମୀ ୪ ଦିନ ଯାଏଁ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ
- Yusuf Pathan denies: କ’ଣ ୟୁସୁଫ ପଠାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ମମତା? ନିଜେ ସାଂସଦ କଲେ ଖୁଲାସା..
- No Charge from PMJAY Patients: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କଠାରୁ ଆଉ ନେଇପାରିବେନି ଟଙ୍କା…ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
- Odisha Train Girl Students AI, Data Science: ଏଆଇ ଏବଂ ଡାଟା ସାଇନ୍ସରେ ଆଗକୁ ବଢିବେ ଝିଅ, ପ୍ରତିବର୍ଷ ୧୦୦୦ ଛାତ୍ରୀଙ୍କୁ ଦେବେ ସରକାର ପ୍ରଶିକ୍ଷଣ
- Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ
- Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ, ଆମ୍ନାସାମ୍ନୀ କଥା ହେବେ ଓଡିଶା-ଛତିଶଗଡ
- LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି ଟଙ୍କା…
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
Comments are closed.