ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା । ଯେଉଁଥିରେ ପ୍ରିୟଙ୍କା ଝିଅକୁ ଛାତିରେ ଜାବୁଡ଼ି ଧରିଥିବା ବେଳେ କୁନି ବେବିର ହାତକୁ ଧରିଛନ୍ତି ନିକ୍ ଜୋନ୍ସ ।
ପାଖାପାଖି ଶହେ ଦିନ ପରେ ନିଜ ଝିଅ ମାଳତୀର ଗୃହ ପ୍ରବେଶ କରାଇଛନ୍ତି ପ୍ରିୟଙ୍କା ଚୋପ୍ରା । ଏନଆଇସିୟୁରେ ଝିଅର ଚିକିତ୍ସା ଚାଲିଥିଲା । ଏଥିପାଇଁ ଲସ୍ ଆଞ୍ଜେଲ୍ସରେ ଥିବା ରାଡି ଚିଲଡ୍ରେନ୍ସ ଲା ଜୋଲା ହସ୍ପିଟାଲର ଡାକ୍ତର, ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରିୟଙ୍କା ଓ ନିକ୍ । ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ମମି ଓ ଡାଡି ତୁମକୁ ବହୁତ ଭଲ ପାଆନ୍ତି ।
ନିକ୍ ଜୋନସ୍ ବି ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପ୍ରିୟଙ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିକ୍ । ୨୦୧୮ ମସିହାରେ ପ୍ରିୟଙ୍କା ଓ ନିକ୍ ବିବାହ କରିଥିଲେ । ଚଳିତବର୍ଷ ଜାନୁଆରୀ ମାସରେ ସରୋଗେସୀରେ କନ୍ୟା ସନ୍ତାନ ବାପା ମାଆ ହୋଇଥିଲେ ନିକ୍ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରା । ଏବେ ନିଜ ଝିଅର ଫାଷ୍ଟ ଲୁକ୍ ସାମନାକୁ ଆଣିଛନ୍ତି ନିକ୍ ଓ ପ୍ରିୟଙ୍କା ।
BREAKING NEWS
- ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତା ମାଳ!
- ଫେଡେରେଶନ କପ ଆଥଲେଟିକ୍ସ: କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ଅଲିମ୍ପିକ ପଦକ ବିଜେତା ନୀରଜ
- ମୋଦୀ ଗରିବଙ୍କୁ ଚାଉଳ ଦେଲେ, ନବୀନ ତାଙ୍କ ଫଟୋ ଥିବା ବ୍ଯାଗ ଦେଲେ: ଶାହ
- ସବୁଠି ଅସନ୍ତୋଷ! ବିଜେଡି ପ୍ରାର୍ଥୀ ରୀତା, ଲତିକାଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରିଲେ ଲୋକେ
- ଇଭିଏମରେ ସିଲ୍ ହୋଇଛି ୩ ପ୍ରାର୍ଥୀଙ୍କ ଭାଗ୍ୟ, ଜୁନ୍ ୪ରେ ଖୋଲିବ ପେଡି
- ଭୁବନେଶ୍ଵରରେ ନଡ୍ଡା, ଆସନ୍ତାକାଲି କରିବେ ରୋଡ ସୋ’
- ଆଗାମୀ ଆଇପିଏଲରେ ଏହି ଟିମକୁ ଯାଇ ପାରନ୍ତି ରୋହିତ
- ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି
- ଯାତ୍ରୀଙ୍କ ପାଇଁ ଖୁସି ଖବର: ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ
- ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ବିଜେପିକୁ ଜୋରଦାର ଲାଗିଛି: ବିଜେଡି