Latest Odisha News

BREAKING NEWS

ଯୁଦ୍ଧରେ ସାହସିକତା ଦେଖାଇଥିବା ୟୁକ୍ରେନ୍ କୁକୁରକୁ ସମ୍ମାନିତ କଲେ ଜେଲେନସ୍କି

ରୁଷ୍ ସେନାର ଦୁଇ ଶହରୁ ଅଧିକ ବିସ୍ଫୋରକକୁ ଖୋଜି ବାହାର କରିଛି ପେଟ୍ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଖାପାଖି ଅଢ଼େଇ ମାସ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଲୋକ ନିଜ ସୁରକ୍ଷା ପାଇଁ ଆଗେଇ ଆସିଥିବା ବେଳେ ଲୋକଙ୍କ ସୁରକ୍ଷାରେ ପଶୁ ବି ନିଜକୁ ସାମିଲ କରିଥିଲେ । ଯୁଦ୍ଧରେ ହିରୋ ସାଜିଥିବା ୟୁକ୍ରେନ ଷ୍ଟେଟ ଏମଜେନ୍ସୀ ସର୍ଭିସର ଏମିତି ଗୋଟିଏ କୁକୁର ପେଟ୍ରନ୍ । ସାହସିକତା ପାଇଁ ତାକୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ପୁରସ୍କୃତ କରିଛନ୍ତି ।

ଏହି କୁକୁରର ନାଁ ପେଟ୍ରନ୍ । ୟୁକ୍ରେନର ଷ୍ଟେଟ୍ ଇମର୍ଜେନ୍ସୀ ସର୍ଭିସରେ ସାମିଲ ଅଛି । ଯୁଦ୍ଧ ବେଳେ ପେଟ୍ରନ୍ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ପାରିଛି । ନିଜ ଘ୍ରାଣ ଶକ୍ତି ବଳରେ ରୁଷ ସେନାର ପାଖାପାଖି ୨୦୦ ବିସ୍ଫୋରକକୁ ଖୋଜି ବାହାର କରିଛି । ନଚେତ୍ ସେସବୁ ବିସ୍ଫୋରଣ ହୋଇଥିଲେ ଅକାଳରେ ଅନେକ ଜୀବନ ଚାଲି ଯାଇ ଥାଆନ୍ତା ।

ଚେର୍ଣ୍ଣିହିଭରେ ସେ ରହୁଛି । ରୁଷ୍ ସେନା ଫେରିବା ବେଳେ ଛାଡ଼ି ଯାଇଥିବା ବିସ୍ଫୋରକ ସାମଗ୍ରୀକୁ ଖୋଜି ବାହାର କରୁଛି ପେଟ୍ରନ୍ । ତାର ବୟସ ମାତ୍ର ଅଢ଼େଇ ବର୍ଷ । ଯେତେବେଳେ ତାକୁ ୬ ମାସ ହୋଇଥିଲା ସେବେଠାରୁ ବିସ୍ଫୋରକ ସାମଗ୍ରୀ ଖୋଜି ବାହାର କରିବା କାମରେ ନିୟୋଜିତ ଅଛି ପେଟ୍ରନ୍ ।

ଜେଲେନସ୍କି କହିଛନ୍ତି, ସେ ଯୁଦ୍ଧରେ ୟୁକ୍ରେନର ସମସ୍ତ ହିରୋଙ୍କୁ ପୁରସ୍କୃତ କରିବାକୁ ଚାହୁଁଛନ୍ତି । ସେମାନଙ୍କ ସହ ମିଶି ପେଟ୍ରନ୍ ଯାହା କରିଛି ତାହା ପ୍ରଶଂସାଯୋଗ୍ୟ । ସେ ଆମକୁ ଅନେକ କିଛି ଶିକ୍ଷା ଦେଇଛି ବୋଲି ଜେଲେନସ୍କି କହିଛନ୍ତି ।

Leave A Reply

Your email address will not be published.