Latest Odisha News

BREAKING NEWS

ଅସାନି ପ୍ରଭାବରେ ଆଜିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ସାଙ୍ଗରେ ନେଇ ଆସୁଛି ବର୍ଷା ପବନ । ତାପୂର୍ବରୁ କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିଠୁ ଉପକୂଳ ଓଡ଼ିଶାରେ ୩ ଦିନ ବର୍ଷା ହେବ । ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷା ହେବ । ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ଆସନ୍ତାକାଲି ଓ ତାପରଦିନ ପବନର ବେଗ ୪୦-୫୦ କିଲୋମିଟର ଓ ସର୍ବାଧିକ ୬୦ କିଲୋମିଟର ରହିପାରେ ।

ଆଗାମୀ ୨୪ ଘଣ୍ଟାରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ପଡ଼ିବ । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ । ଓଡ଼ିଶା ଉପକୂଳ ଦେଇ ସମାନ୍ତରାଳ ଭାବରେ ସମୁଦ୍ର ଭିତରେ ଅତିକ୍ରମ କରିବ ବାତ୍ୟା ଅସାନି ।

Leave A Reply

Your email address will not be published.