Latest Odisha News

BREAKING NEWS

ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍

ନିର୍ମାଣ ବେଆଇନ ଘୋଷଣା ହେଲେ କିଏ ହେବ ଦାୟୀ ?

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ୟ୍ୟରୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ ।

ଏଏସଆଇର ରିପୋର୍ଟରେ କୁହାଯାଇଛି ଯେ, ଏହା ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି । କୀର୍ତ୍ତିରାଜି ଉପରେ ପ୍ରଭାବ ପଡ଼ିବ ନା ନାହିଁ ଅନୁଧ୍ୟାନ ହୋଇନି ଦର୍ଶାଯାଇଛି । କୌଣସି ଭୂତଳସ୍ତରୀୟ ଅନୁଧ୍ୟାନ (GRP) ହୋଇନି ବୋଲି ଉଲ୍ଲେଖ ରହିଛି ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ଆସନ୍ତାକାଲି ଯଦି ଢାଞ୍ଚାଗୁଡ଼ିକୁ ବେଆଇନ ଘୋଷିତ କରାଯାଏ, ତେବେ ଶହ ଶହ କୋଟି ଟଙ୍କାର ଅପଚୟ ପାଇଁ କିଏ ଦାୟୀ ରହିବ ? ଯାହା ଓଡ଼ିଆମାନଙ୍କର କଷ୍ଟ ଉପାର୍ଜିତ ଧନ । ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ଏହି ଅର୍ଥରେ ନିର୍ମାଣ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରାଯାଇ ପାରିଥାନ୍ତା ବୋଲି ଅପରାଜିତା କହିଛନ୍ତି ।

Leave A Reply

Your email address will not be published.