Latest Odisha News

BREAKING NEWS

ରାହୁଲ ଭଟ୍ଟଙ୍କ ହତ୍ୟାକାରକୁ ୨୪ଘଂଟା ମଧ୍ୟରେ ମାରିଲେ ସୁରକ୍ଷାକର୍ମୀ

ଲେହ: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅନ୍ୟ ରାଜ୍ୟର ଲୋକ ଏବଂ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି । ନିକଟରେ ରାହୁଲ ଭଟ୍ଟଙ୍କୁ ୩ ଆତଙ୍କବାଦୀ ହତ୍ୟା କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀ ଏବଂ କଡା ପଦକ୍ଷେପ ଯୋଗୁ ଏଥିରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ସଫା କରାଯାଇ ପାରିଛି । ଇତି ମଧ୍ୟରେ ଟାର୍ଗେଟ କିଲିଂ ବିରୋଧରେ କଶ୍ମୀର ପଣ୍ଡିତମାନେ ସ୍ୱର ଉତୋଳନ କରିଛନ୍ତି । ୩୫୦ ସରକାରୀ କର୍ମଚାରୀ ଏହାର ପ୍ରତିବାଦରେ ଇସ୍ତଫା ଦେଇଛନ୍ତି ।

ସେମାନେ ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୁରୁବାର ଆତଙ୍କବାଦୀମାନେ ଚଡୁରା ତହସିଲ ଅଫିସ ମଧ୍ୟରେ ପ୍ରବେଶ କରି ରାହୁଲଙ୍କୁ ଗୁଳି କରିଥିଲେ । ସରକାର ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୁରକ୍ଷାକର୍ମୀ ପୂର୍ବାପେକ୍ଷା ଆହୁରି ସତର୍କ ହୋଇ ପଡିଛନ୍ତି ।

Leave A Reply

Your email address will not be published.