Latest Odisha News

ବଡ଼ଗଡ଼ ବ୍ରିଟ୍ ରେ ଫଳକ ଭଙ୍ଗା ରାଜନୀତି

ଭୁବନେଶ୍ୱର: ବଡ଼ଗଡ଼ ବ୍ରିଟ୍ ୱାର୍ଡ଼ ନଂ-୫୭ ଅଞ୍ଚଳରେ ପୂର୍ବତନ କର୍ପୋରେଟର ବନ୍ଦନା ସାହୁଙ୍କ ସମୟରେ ହୋଇଥିବା ସ୍ୱେରେଜ ଲାଇନ କାମ ଓ ରାସ୍ତା ନବୀକରଣ ର କାର୍ଯ୍ୟଫଳକ ଭଙ୍ଗା କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିସିଜେଡି ମଧ୍ୟମ ଉପସଭାପତି ଶୁଭମ ସାହୁ ଏନେଇ ଫେସବୁକ୍ ରେ ଘଟଣା ସଂପର୍କରେ ସୂଚନା ଦେବା ସହ ବିଏମସି କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।

 

ଗୁରୁବାର ରାତିରେ କିଛି ଦୁବୃର୍ତ୍ତ ଏହି ଫଳକକୁ ଭାଙ୍ଗି ଦେଇଥିବା ଶୁଭମ ଅଭିଯୋଗ କରିଛନ୍ତି । ଏହା ଉଦ୍ଦେଶ୍ୟମୂଳକ ଭାବେ ଭଙ୍ଗାଯାଇଥିବା ସେ କହିଛନ୍ତି । ଶୁଭମ ଫେସବୁକ୍ ରେ ଲେଖିଛନ୍ତି ଯେ, ଏଭଳି ଉଦ୍ଦେଶ୍ୟ ଅସହିଷ୍ଣୁତା ଏବଂ ହୀନ ମାନସିକତାର ପରିଚୟ । ଅଭିଯୋଗକାରୀ ହେଉଛନ୍ତି, ପୂର୍ବତନ କର୍ପୋରେଟର ବନ୍ଦନା ସାହୁଙ୍କ ପୁଅ ।

ତେବେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ଉଚିତ୍ ନୁହେଁ ଏବଂ ଦୁବୃର୍ତ୍ତଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି କିଛି ସ୍ଥାନୀୟ ଯୁବକ କହିଛନ୍ତି ।

Leave A Reply

Your email address will not be published.