Latest Odisha News

BREAKING NEWS

ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ପାଣିଘେରରେ ୨୨୨ ଗାଁ

ବନ୍ୟାରେ ୫୭ ହଜାର ଲୋକ ପ୍ରଭାବିତ, ବୁଡ଼ିଛି ଘରଦ୍ୱାର ଓ ଚାଷଜମି

ନୂଆଦିଲ୍ଲୀ: ଆସାମରେ ଲଗାଣ ବର୍ଷା ଆଣିଛି ବନ୍ୟା । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ବୁଡ଼ିଛି । ଲୋକ ଘରୁ ପାଦ କାଢ଼ି ପାରୁ ନାହାନ୍ତି । ବନ୍ୟା ପାଣିଘେରରେ ଅଛନ୍ତି ୫୭ ହଜାର ଲୋକ । ୨୨୨ଟି ଗାଁ ପ୍ରଭାବିତ ହୋଇଛି । ୧୦ହଜାରରୁ ଅଧିକ ହେକ୍ଟର ଚାଷଜମିରେ ନଷ୍ଟ ହୋଇଛି ଫସଲ ।

ପ୍ରବଳ ବର୍ଷା ପରେ ଆସାମରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ବି ହୋଇଛି । ଧୋଇ ଯାଇଛି ରାସ୍ତାଘାଟ । ରେଳ ଲାଇନ ଉପରେ ବି ଚାଲୁଛି ବନ୍ୟା ପାଣି । ଡିଟୋକଚେରା ଓ ସିଲଚାର ଷ୍ଟେସନ ପାଖରେ ଅଟକି ଥିଲା ଦୁଇଟି ଟ୍ରେନ୍ । ଏଥିରେ ଥିବା ୧,୨୪୫ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲେ ଏୟାରଫୋର୍ସ, ଏନଡିଆରଏଫ୍, ଆସାମ ରାଇପଲ୍ସ ଓ ସ୍ଥାନୀୟ ଲୋକ ।


ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି। ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ୧୭ ତାରିଖ ଯାଏ ଆହୁରି ବର୍ଷା ଅଛି । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ଓ ସିକିମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ଅତ୍ୟଧିକ ବର୍ଷିବ । ଫଳରେ ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଚାଚର, ଧେମାଜୀ, ମୋରିଗାଁ କରିମଗଞ୍ଜ ଓ ନାଗାଁଓ ଜିଲ୍ଲାକୁ ବନ୍ୟା ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.