Latest Odisha News

BREAKING NEWS

ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ

ଭୁବନେଶ୍ୱର: ଚନ୍ଦକା ଡଁପଡ଼ା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦର ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନାହିଁ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ଭୋର୍ ୩ଟା ବେଳେ ନନ୍ଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
୨୦୧୦ ମିହାରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକା ଗୋଡିବାରୀକୁ ଅଣାଯାଇଥିଲା । ହିଂସ୍ର ଜନ୍ତୁଙ୍କୁ ସାବାଡ କରିବା ପାଇଁ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ନନ୍ଦନକାନନରେ ପର୍ୟ୍ୟଟକଙ୍କ ମନ ଜିଣୁଥିଲା ପୋଷା ଦନ୍ତା ହାତୀ ନନ୍ଦ ।

Leave A Reply

Your email address will not be published.