Latest Odisha News

BREAKING NEWS

ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବୈଜଲ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ପଦରୁ ଅନୀଲ ବୈଜଲ ହଠାତ ଇସ୍ତଫା ପ୍ରଦାନ କରିଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏ ନେଇ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ପଠାଇଛନ୍ତି । ୩୧ ଡିସେମ୍ବର ୨୦୧୬ରେ ୧୯୬୯ ମସିହା ବ୍ୟାଚର ଏହି ପୂର୍ବତନ ଆଇଏଏସ ଅଧିକାରୀଙ୍କୁ ନବୀନ ଜଙ୍ଗଙ୍କ ସ୍ଥାନରେ ଦିଲ୍ଲୀର ଉପ ରାଜ୍ୟପାଳ କରାଯାଇଥିଲା । ଆମ ଆଦମୀ ପାର୍ଟି ସହ ତାଙ୍କର ବିବାଦ ଦୀର୍ଘ ଦିନ ଧରି ଲାଗି ରହିଥିଲା ।

ମାର୍ଚ୍ଚ ୨୦୨୨ରୁ ସେ ଏହି ପଦରୁ ହଟିବା ନେଇ ଚର୍ଚ୍ଚା ହେଉଥିଲା । ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଟେଲ କିମ୍ବା ରାଜୀବ ମହର୍ଷିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇପାରେ । ବୈଜଲଙ୍କ ଇସ୍ତଫା ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି । ସୂଚନାଯୋଗ୍ୟ, ସେ ଦିଲ୍ଲୀ ଡେଭଲପମେଂଟ ଅଥରିଙ୍ର ଉପାଧ୍ୟକ୍ଷ ରହିଥିଲେ ।

Leave A Reply

Your email address will not be published.