Latest Odisha News

BREAKING NEWS

ଏଫଆଇଏଚ ମହିଳା ପ୍ରୋ ଲିଗ: ଘୋଷଣା ହେଲା ଭାରତୀୟ ଦଳ, ଦୀପଗ୍ରେସ ଉପଅଧିନାୟିକା

ଭୁବନେଶ୍ୱର: ଏଫଆଇଏଚ ମହିଳା ହକି ପ୍ରୋ ଲିଗ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ନେବେ ୩୧ ବର୍ଷୀୟା ସବିତା ପୁନିଆ । ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି । ପୂର୍ବରୁ ଅଲିମ୍ପିକ୍ସରେ ଦୀପଗ୍ରେସ ତାଙ୍କ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ମହିଳା ହକି ବିଶ୍ୱକପ ପୂର୍ବରୁ ଭାରତ ୬ଟି ମ୍ୟାଚ ଖେଳିବ । ପ୍ରୋ ଲିଗ ଆୟୋଜକ ବେଲଜିୟମକୁ ଭାରତ ଜୁନ ୧୧ ଓ ୧୨ରେ ଭେଟିବ । ସେହିପରି ୧୮,୧୯ରେ ଆର୍ଜେଂଟିନାକୁ ଏବଂ ୨୧ ଓ ୨୨ରେ ଆମେରିକାକୁ ଭେଟିବ ।

ଭାରତୀୟ ଦଳ: ସବିତା ପୁନିଆ (ଅଧିନାୟିକା), ଦୀପଗ୍ରେସ ଏକ୍କା (ଉପ ଅଧିନାୟିକା), ବିଚୁ ଦେବୀ ଖାରିବାମ, ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ଅକ୍ଷିତା ଆବୋସୋ ଦେଖାଲେ, ନିଶା, ସୁଶୀଲା ଚାନୁ, ପି.ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସୋନିକା, ସଲିମା ଟେଟେ, ବଲଜିତ କୌର, ଶର୍ମିଲା ଦେବୀ, ସଙ୍ଗୀତା କୁମାରୀ, ଦୀପିକା, ରାନୀ ରାମପାଲ ।

Comments are closed.