Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସଙ୍କଟରେ ପଡିଛି ଗଜରାଜ : ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦାୟୀ କିଏ ?

ସଙ୍କଟରେ ପଡିଛି ଗଜରାଜ ।  ଦିନକୁ ଦିନ ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ନୀରବଦ୍ରଷ୍ଟା ପାଲଟିଛି ବନବିଭାଗରୁ ନେଇ ପ୍ରଶାସନ ।  ବନବିଭାଗର ଖାମଖିଆଲ ନୀତିକୁ ଏନେଇ ଦାୟୀ କରାଯାଇଛି । ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଚମ୍ପୁଆ ରେଂଜରୁ ହାତୀ ନିପାତ ହେବାରେ ଲାଗିଲେଣି । ବେଶୀ କରି ରେଳ ଦୁର୍ଘଟଣାରେ ହାତୀ ମୃତ୍ରୁ ବଢିଚାଲିଛି । ଏନେଇ କୌଣସି ପ୍ରତିକାର କରାଯାଉନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ହାତୀ ମୃତ୍ୟୁ ପାଇଁ ବାସ୍ତବରେ ଦାୟୀ କିଏ ? କାହାକୁ ଦଣ୍ଡ ମିଳିବା ଦରକାର ?

କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ିରେ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ । ତେଣେ ଗତ ୫ବର୍ଷ ଭିତରେ ବିଭିନ୍ନ କାରଣରୁ ୪୦୦ରୁ ଅଧିକ ହାତୀଙ୍କ ମୃତ୍ୟୁ ପରେ ବଢିଛି ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଚିନ୍ତା

ମାଲବାହୀ ଟ୍ରେନ୍ ଧକ୍କାରେ ଅକାଳରେ ଚାଲିଗଲା ତିନି ତିନିଟି ହାତୀଙ୍କ ଜୀବନ । ଦୁର୍ଘଟଣା ପରେ କ୍ଷତାକ୍ତ ଅବସ୍ଥାରେ ଦୀର୍ଘ ସମୟ ଧରି ଛଟପଟ ହେବା ପରେ ଆଖି ବୁଜିଦେଇଥିଲା । ସେମିତି ଆଉ ଏକ ଛୁଆ ହାତୀ ଟ୍ରେନରେ ପିଟି ହୋଇ ପାଖ ଡ୍ରେନରେ ପଡି ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଭୋର ୫ଟା ବେଳକୁ ଏକ ଆହତ ମାଈ ହାତୀର ବି ପ୍ରାଣବାୟୁ ଉଡ଼ି ଯାଇଥିଲା ।

ଗତକାଲିର ଘଟଣା ପାଇଁ ବନ ବିଭାଗ ହେଉ କି ରେଲେଓ୍ୱ, କେହି ନିଜ ମୁଣ୍ଡକୁ ଦୋଷ ନନେଇ ପରସ୍ପରକୁ ଦୋଷାରୋପ କରିଛନ୍ତି । ରାଜ୍ୟରେ ଉଦବେଗଜନକ ହାରରେ ବଢି ଚାଲିଛି ହାତୀ ମୃତ୍ୟୁ ଘଟଣା । କେବେ ଟ୍ରେନ୍ ଧକ୍କା ତ କେବେ ବିଦ୍ୟୁତ୍ ଆଘାତ, ଗଜରାଜଙ୍କ ପାଇଁ ସାଜିଛନ୍ତି ଯମଦୂତ ।

Leave A Reply

Your email address will not be published.