Latest Odisha News

BREAKING NEWS

ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ସ୍ଥିତ ବିଦ୍ୟାସାଗର କଲେଜରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କରିଛନ୍ତି ।

ସୂଚନାଯାଗ୍ୟ, ମେ’ ୧୪ ତାରିଖରେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଶୋ’ ବେଳେ କିଛି ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ଗୋଣ୍ଡଗୋଳ ମଧ୍ୟରେ କେହି ଦୁବୃର୍ତ୍ତ ସମାଜ ସଂସ୍କାରକଙ୍କ ବିଦ୍ୟାସାଗରଙ୍କ ମୂର୍ତ୍ତି କୁ ଭାଙ୍ଗିରୁଜା କରିଥିଲେ । ପରେ ଏହାକୁ ନେଇ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ପରସ୍ପରକୁ ଦୋଷାରୋପ କରିଥିଲେ, ଯାହା ସେ ସମୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଉକ୍ତ ଘଟଣାର ପ୍ରାୟ ମାସକ ପରେ ମୁଖ୍ୟମନ୍ତ୍ରୀ ମମତା ସେହି ସ୍ଥାନରେ ବିଦ୍ୟାସାଗରଙ୍କ ପ୍ରତିମାର ଅନାବରଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନେକ ରାଜନେତାଙ୍କ ସମେତ ବୁଦ୍ଧିଜୀବି, ଫିଲ୍ଲ କଳାକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ମମତାଙ୍କ ବ୍ୟତୀତ ଅନ୍ୟ ଅତିଥିମାନେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.