Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ବିଜେପିକୁ ଶକ୍ତ ଧକ୍କା, ଟିଏମସିରେ ମିଶିଲେ ଏମପି ଅର୍ଜୁୂନ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ବାରମ୍ବାର ଶକ୍ତ ଝଟକା ଦେବାରେ ଲାଗିଛି ଟିଏମସି । ରବିବାର ବିଜେପିର ବରିଷ୍ଠ ନେତା ତଥା ଏମପି ଅର୍ଜୁନ ସିଂ ଦଳ ଛାଡି ଟିଏମସିିରେ ମିଶିଛନ୍ତି । ସେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ୨୦୧୯ରେ ଅର୍ଜୁନ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ଜଣେ ବରିଷ୍ଠ ନେତା ହେବା ସତ୍ୱେ,ରାଜ୍ୟରେ ବିଜେପି ନେତାମାନେ ମୋତେ କୌଣସି ପ୍ରକାର କାର୍ଯ୍ୟରେ ସହଯୋଗ କରୁ ନ ଥିଲେ ।

ସଭାପତି ଜେପି ନଡ୍ଡାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏହାର ଫାଇଦା କିଛି ହୋଇ ନ ଥିଲା ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ପୁନର୍ବାର ସରକାର ଗଠନ କରିବା ପରେ ବିଜେପିର ଅନେକ ବରିଷ୍ଠ ନେତା ଦଳ ଛାଡିବାରେ ଲାଗିଛନ୍ତି ।

Leave A Reply

Your email address will not be published.