Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ୟଙ୍ଗ ଇଣ୍ଡିଆ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଏବଂ ଇଂଲଣ୍ଡ ବିପକ୍ଷ ବକେୟା ଟେଷ୍ଟ ମ୍ୟାଚ ପାଇଁ ରବିବାର ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ କେଏଲ ରାହୁଲ ନେତୃତ୍ୱାଧିନ ଘୋଷିତ ଦଳରେ ପେସ ବୋଲର ଉମରାନ ମଲ୍ଲିକଙ୍କୁ ସୁଯୋଗ ମିଳିଛି । ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଉମରାନ ଓ ପଞ୍ଜାବ କିଙ୍ଗସର ଅର୍ଶଦୀପ ସିଂ ଚୟନ କମିଟିକୁ ପ୍ରଭାବିତ କରିଥିଲେ । ସେହିପରି ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଚେତେଶ୍ୱର ପୂଜାରା ଦଳକୁ ଫେରିଛନ୍ତି । କାଂଉଟି କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ ଏହି ସୁଯୋଗ ମିଳିଛି ।

ଟି୨୦ ଦଳ: କେଏଲ ରାହୁଲ (ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଈଶାନ କିଶାନ, ଦୀପକ ହୁଦା, ଶ୍ରେୟାସ ଆୟାର, ରିଷଭ ପନ୍ତ, ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କେଟେଶ ଆୟାର, ୟୁଜଭେନ୍ଦ୍ର ଚହଲ, କୂଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାଁ, ଅର୍ଶଦୀପ ସିଂ, ଉମରାନ ମଲିକ ।
ଟେଷ୍ଟ ଟିମ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, କେଏସ ଭରତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମରାହ, ମହମ୍ମସ ସିରିଜ, ଉମେଶ ଯାଦବ ଓ ପ୍ରସିଦ୍ଧ କିଷ୍ଣା ।

Leave A Reply

Your email address will not be published.