ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର ଆତ୍ମା ଉଭୟ ଦାରୁବ୍ରହ୍ମ ଓ ଗୁରୁବ୍ରହ୍ମଙ୍କୁ ଏକାଠି ଉପଲବ୍ଧି କରୁଥିଲା । କାରଣ ଶାସ୍ତ୍ରର ବର୍ଣ୍ଣିତ ଉକ୍ତିଟି ସତ ପ୍ରମାଣିତ ହେଲା ଯଥା : “ଯସ୍ୟ ଦେବ ପରାଉକ୍ତି ଯଥାଦେବେ ତଥା ଗୁରୌ ତସ୍ୟତେ କଥିତହ୍ୟର୍ଥl ପ୍ରକାଶନ୍ତେ ମହାତ୍ମନଃ (ଶ୍ୱେ -ଉ -୬/ ୨୩)।
ପରମ ପୁରୁଷ ଭଗବାନ ଓ ସଦଗୁରୁଙ୍କୁ ଆଜି ଏକାକାର ହେବାର ଅନୁଭୂତି ପରେ ମୋ ପାଖରେ ନିରାକାର ଓ ସାକାର ପରଂବ୍ରହ୍ମ ଉଭୟଙ୍କ ସାମ୍ୟ ଭାବ ପ୍ରକଟିତ । ଅବଶ୍ୟ ଆଗରୁ ଶୁଣିଥିଲି “ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର ।”
ଏବେ ଅନୁଭବରେ ନେଲି । ତେଣୁ ଆମ ଜୀବନର ପ୍ରତ୍ୟେକ ଗୁରୁଙ୍କୁ ଆଜି ମୋର ଭୂମିଷ୍ଠ ପ୍ରଣାମ, ସେମାନେ କିଏ କିଏ ଜାଣନ୍ତି ?
“ମାତା ଗୁରୁ, ପିତା ଗୁରୁ ଗୁରୁ ଜ୍ଞାନ ଦାତା, ଗୁରୁ ସାକ୍ଷାତ ପରଂବ୍ରହ୍ମ ଗୁରୁ ଜଗତ ପିତା ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.