Latest Odisha News

ରୁବେଲା ଭାଇରସ ଅଛି କହି ଭାରତ ପଠାଇଥିବା ଗହମ ଫେରାଇ ଦେଲା ତୁର୍କୀ

ନୂଆଦିଲ୍ଲୀ: ରୁଷୁିଆ-ୟୁକ୍ରେନ ଯୁଦ୍ଧ ବେଳେ ତୁର୍କୀ ଏକ ପ୍ରକାର ଖାଦ୍ୟ ସଙ୍କଟରେ ପଡିଛି । ଏହା ଦେଖି ଭାରତ ୨୯ମେରୁ ତୁର୍କୀକୁ ଗହମ ପଠାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରୁବେଲା ଭାଇରସ ଅଛି ବୋଲି କହି ଭାରତ ଗହମ ଫେରାଇଦେଇଛି । ତୁର୍କୀ ରାଷ୍ଟ୍ରପତି ରେଚପେ ତୈୟାବ ଏର୍ଦ୍ଦାଗିନଙ୍କ ଏହି ନିଷ୍ପତିକୁ ବିଭିନ୍ନ ଦେଶ ସମାଲୋଚନା କରିଛନ୍ତି । ତୁର୍କୀର ଏହି ନିଷ୍ପତି ଅନ୍ୟ ୧୨ଟି ଦେଶକୁ ପ୍ରଭାବିତ କରିବ ।

ମିଶରର ଅନୁରୋଧ ଯୋଗୁ ଭାରତ ୬୦,୦୦୦ ଟନ ଗହମ ପଠାଇଥିଲା । ସୂଚନାଯୋଗ୍ୟ, ରୁଷିଆ ଏବଂ ୟୁକ୍ରେନରେ ଗହମ ଅଧିକ ମାତ୍ରାରେ ହୋଇଥାଏ । ଯୁଦ୍ଧ ଯୋଗୁ ଏହାର ଅନ୍ୟ ଦେଶକୁ ଯୋଗାଣ ଏକ ପ୍ରକାର ବନ୍ଦ ହୋଇଯାଇଛି । ତୁର୍କୀ ଫେରସ୍ତ କରିଥିବା ଗହମ ଗୁଜରାଟର କାନ୍ଧଲାରେ ଜୁନ ମଧ୍ୟ ଭାଗରେ ପଂହଚିବ ।

Comments are closed.