Latest Odisha News

BREAKING NEWS

ଶିକ୍ଷା କ୍ଷେତ୍ରରେ ବିଜୟ ସାହୁଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଆଖିରେ ଥିବା ଚମକ, କୌତୁହଳ ଓ ମନର ଆଶା କେବେ ମଉଳିବା ଉଚିତ୍ ନୁହେଁ । ଶିକ୍ଷା ମାଧ୍ୟମରେ ସ୍ବର୍ଗକୁ ପୃଥିବୀ ପୃଷ୍ଠକୁ ଅଣାଯାଇ ପାରିବ। ଜୀବନରେ ସଫଳତାର ଶୀର୍ଷକୁ ଛୁଇଁ ହେବ ବୋଲି ବୁଧବାର ସାଇ ଇଣ୍ଟରନ୍ୟାସନାଲ୍ର ପ୍ରତିଷ୍ଠାାତା ଚେୟାରମ୍ୟାନ୍ ଦିବଙ୍ଗତ ଡ. ବିଜୟ କୁମାର ସାହୁଙ୍କ ସ୍ୱପ୍ନର ପ୍ରୋଜେକ୍ଟ ଗାଲାକ୍ସି ଅଫ୍ ଷ୍ଟାରସ୍ ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି କହିଛନ୍ତି। ରାଜ୍ୟପାଳ ଶିକ୍ଷା କ୍ଷେତ୍ରରେ ଡ. ସାହୁଙ୍କର ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ମନେ ରହିବେ ବୋଲି ମତ ଦେଇଛନ୍ତି ।

ଡ. ସାହୁଙ୍କ ଜନ୍ମବାର୍ଷିକ ଅବସରରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର୍ ଡ. ପ୍ରଶାନ୍ତ ମହାପାତ୍ରଙ୍କ ଦ୍ୱାରା ଡ. ବିଜୟ କୁମାର ସାହୁ ମେମୋରିଆଲ୍ ଲେକ୍ଚର୍ ପ୍ରଦାନ କରାଯାଇଥିଲା। ଏହାର ଶୀର୍ଷକ ଭବିଷ୍ୟତ ଶିକ୍ଷା ଉପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରଭାବ। ବକ୍ତୃତା ଦ୍ୱାରା ଗତିଶୀଳ ଏକାଡେମିକ୍ ବିତର୍କ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ଚିନ୍ତାଧାରାର ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

ଅନୁଷ୍ଠାନ ଚେୟାରପର୍ସନ ଡ଼. ଶିଳ୍ପୀ ସାହୁ ଯୋଗଦେଇ କହିଲେ, ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡ. ସାହୁଙ୍କ ମଧୁର ସ୍ମୃତିରେ ପ୍ରତିବର୍ଷ ଏହିଭଳି ମେମୋରିଆଲ୍ ଲେକଚର୍ ଆୟୋଜନ କରାଯିବ। ଯାହାଦ୍ୱାରା ଭବିଷ୍ୟତର ଛାତ୍ରୀଛାତ୍ରମାନଙ୍କୁ ଦିଗଦର୍ଶନ ଦେବା ସହ ନୂତନ ଓ ବିକଶିତ ଭାରତ ଗଠନରେ ସହାୟକ ହୋଇ ପାରିବ।

ଗାଲାକ୍ସି ଅଫ୍ ଷ୍ଟାରସ୍ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ସହ ବିଜ୍ଞାନ ସମାଲୋଚିତ ଚିନ୍ତାଧାରାକୁ ବୃଦ୍ଧି କରିବ। ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ ଏହି କେନ୍ଦ୍ର ଦ୍ୱାରା ବିଭିନ୍ନ ଶୈକ୍ଷଣିକ କାଯର୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।

ସଭା ପରେ ସ୍କୁଲର ସଙ୍ଗୀତ ଶିକ୍ଷକ ହିମାଂଶୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସଙ୍ଗୀତ କାଯର୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଡ଼. ସାହୁଙ୍କ ସ୍ମୃତିରେ ଏକ ଚଳଚ୍ଚିତ୍ର ଉପସ୍ଥାପନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ ସ୍କୁଲ ପ୍ରଧାନଶିକ୍ଷକ ଅମିତାଭ୍ ଅଗ୍ନିହୋତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.