Latest Odisha News

BREAKING NEWS

ଥୋମାସ କପ ବିଜେତା ଭାରତୀୟ ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଥୋମାସ କପ ବିଜେତା ଭାରତୀୟ ପୁରୁଷ  ବ୍ୟାଡମିଂଟନ ଟିମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ବୁଧବାର ଓଡିଶା କ୍ରୀଡା ଓ ଯୁୁବ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ ଲୋକସେବା ଭବନ ଠାରେ ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଉଛି । ସମସ୍ତ ଖେଳାଳିଙ୍କ ବ୍ୟତୀତ କୋଚ ପୁଲେଲା ଗୋପୀଚାନ୍ଦଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ସୂଚନାଯୋଗ୍ୟ, ଥାଇଲାଣ୍ଡରେ ଅନୁଷ୍ଠିତ ଥୋମାସକପରେ ଭାରତ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି ।

ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ଭାରତକୁ ଗୌରବାନ୍ୱିତ କରିଥିବାରୁ ସେ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଜାତୀୟ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

Comments are closed.