Latest Odisha News

ସମୂହ ଆତ୍ମହତ୍ୟା: ତିନି ଭାଇଙ୍କୁ ବିବାହ କରିଥିଲେ ତିନି ଭଉଣୀ

ଭୁବନେଶ୍ୱର: ରାଜସ୍ଥାନର ଜୟପୁରରେ ତିନି ଭାଇଙ୍କୁ ଏକାଠି ବିବାହ କରିଥିବା ତିନି ଭଉଣୀ ଯୌତୁକ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି । ସମସ୍ତ ତିନି ଭଉଣୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ସହ କୂଅକୁ ଡେଇଁ ପଡ଼ିଛନ୍ତି କଲୁ, କମଲେଶ ଏବଂ ମମତା ମୀନା ।

କିଛି ବର୍ଷ ହେବ ତିନି ଭଉଣୀଙ୍କୁ ଶାଶୁ ଘର ଲୋକେ ଯୌତୁକ ପାଇଁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ସ୍ୱାମୀ ଏବଂ ଶାଶୁ ମାଡ଼ ମାରୁଥିଲେ । ପଡ଼ିଶା ଲୋକ ସବୁ ଦେଖୁଥିଲେ ବି ଚୁପ୍ ରହୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଶିଶୁଙ୍କୁ ଧରି କୂଅକୁ ଡେଇଁ ପଡ଼ିଥିଲେ ତିନି ଭଉଣୀ ।

ଏହି ଘଟଣା ଗତ ମାସରେ ଘଟିଥିଲା । ତିନି ଭାଇ ଓ ଶାଶୁଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏ ପର୍ଯ୍ୟନ୍ତ ମାମଲା ଟି ଆତ୍ମହତ୍ୟା ରୂପେ ପଞ୍ଜୀକୃତ ହୋଇଛି । ହତ୍ୟା କିମ୍ବା ପ୍ରରୋଚିତ ଆତ୍ମହତ୍ୟାକୁ ପରିବର୍ତ୍ତନ ହୋଇନି ।

ଆତ୍ମହତ୍ୟା ଆଗରୁ ଜଣେ ଭଉଣୀ ତାଙ୍କ ସଂପର୍କୀୟଙ୍କୁ ଗୋଟିଏ ହ୍ୱାଟ୍ସଆପ୍ ମେସେଜ୍ କରିିଥିଲେ । ଯେଉଁଥିୋର ଉଲ୍ଲେଖ ଥିଲା ଯେ, ତିନି ଭଉଣୀଙ୍କ ଆତ୍ମହତ୍ୟାର କାରଣ ତାଙ୍କ ଶାଶୁ ଘର ପରିବାର ଲୋକେ ।

ଏପରିକି ସେମାନଙ୍କ ପିତା ସରଦାର ମୀନାଙ୍କୁ ତିନି ଝିଅଙ୍କୁ ଭେଟିବାକୁ ଦେଉନଥିଲେ ପରିବାର ଲୋକେ । ସରଦାର ଏ ବିଷୟରେ ଜାଣିଥିଲେ ବି ନିରୁପାୟ ଥିବା କଥା କହିଛନ୍ତି । ସରଦାରଙ୍କର ସମୁଦାୟ ୬ଟି ଝିଅ ରହିଛନ୍ତି । ସେ କାହାକୁ କେତେ ଟଙ୍କା ଦେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.