Latest Odisha News

BREAKING NEWS

ଷ୍ଟାଡିୟମରେ ମ୍ୟାଚ ଦେଖିବେ ବୋଲି ରାତିରେ ଟିକେଟ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଗହଳି

କଟକ: ଯେଉଁ କ୍ରିକେଟ୍ ପ୍ରେମୀମାନେ ବାରବାଟୀ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ ଏବେ ଷ୍ଟାଡିୟମର ଟିକେଟ କାଉଣ୍ଟର ଆଗରେ ଭିଡ ଜମାଇବା ଆରମ୍ଭ କରି ଦେଇଛନ୍ତି। ଏତେ ଗହଳି ଭିତରେ ଟିକେଟ ମିଳିବ କି ନାହିଁ ସନ୍ଦେହ କରି ସକାଳେ ଟିକେଟ କାଉଣ୍ଟର ଖୋଲିବା ପୂର୍ବରୁ ରାତିରେ ଧାଡି ବାନ୍ଧିବା ଆରମ୍ଭ କରିଦେଇଛନ୍ତି। ଯାହାକି ରବିବାର ହେବାକୁ ଥିବା ମ୍ୟାଚ ପାଇଁ ଓଡିଶାର ଲୋକେ କେତେ ଉତ୍ସାହିତ ତାହା ବୟାନ କରୁଛି।

ଆଜି ରାତିରେ ଟିକେଟ କାଉଣ୍ଟର ଆଗରେ କ୍ରୀଡାପ୍ରେମୀ ମାନେ ଭିଡ ଜମାଇଛନ୍ତି । ଜଣେ କଟକ ଯୁବକ କହିଛନ୍ତି, ଘର ପାଖରେ । କିନ୍ତୁ ସକାଳେ ଆସିବା ବେଳକୁ ଆଉ ଏତେ ବଡ ଧାଡିରେ ଛିଡା ହେବା ସମ୍ଭବ ନୁହେଁ । ଖରାବି ଅଧିକ ହେଉଛି ତେଣୁ ଖରାରେ ସିଝିବା ଅପେକ୍ଷା ରାତିରେ ଗୋଟିଏ ଦିନ ପାଇଁ କଷ୍ଟ କରି ଦେଲେ ରବିବାର ଷ୍ଟାଡିୟମରେ ମ୍ୟାଚ ଦେଖି ହେବ । ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଛି ତେଣୁ ଏଥର ମ୍ୟାଚ ନିଆରା ବୋଲି କ୍ରୀଡାପ୍ରେମୀ ଜଣଙ୍କ କହିଛନ୍ତି। ସେହିପରି ଲୋକଙ୍କ ଗହଳି ଦେଖି ପୋଲିସ ପ୍ରଶାସନ ମଧ୍ୟ ସତର୍କ ହୋଇଥିବା ଦେଖିବାକୁ ମିଳିଛି।

ରାତି ପାହିଲେ ଅଫଲାଇନ ଟିକେଟ୍ କାଉଣ୍ଟର ଖୋଲିବ। ଶୁକ୍ରବାର ଯାଏ ଟିକେଟ୍ ବିକ୍ରି ଜାରି ରହିବ। କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାତିରୁ ହିଁ ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ଜମିଯାଇଛି।

ଜୁନ୍ 12 ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପୁରୁଷ ଓ ମହିଳା ପ୍ରଶଂସକଙ୍କ ପାଇଁ 9ଟି କାଉଣ୍ଟର ଖୋଲାଯାଇଛି। କାଉଣ୍ଟର ଜରିଆରେ ସମୁଦାୟ 12 ହଜାର ଟିକେଟ୍ ବିକ୍ରି ଲକ୍ଷ୍ୟ ରହିଛି। ଆଉ ଜଣେ ବ୍ୟକ୍ତି ଦୁଇଟି ଟିକେଟ କିଣିପାରିବେ।

ଅନଲାଇନ୍ ମାଧ୍ୟମରେ 5 ହଜାର ଟିକେଟ୍ ବିକ୍ରି ହୋଇସାରିଥିବା ବେଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସହ ଜଡ଼ିତ କ୍ଲବ୍, ସ୍କୁଲ୍ ଓ ଅନ୍ୟାନ୍ୟ ସଂସ୍ଥାକୁ 8 ହଜାର ଟିକେଟ୍ ବିକ୍ରି ଶେଷ ହୋଇଛି।

ଟିକେଟ କିଣିବା ବେଳେ ଜଣେ ଦର୍ଶକ କାଉଣ୍ଟରରେ ନିଜର ପରିଚୟ ପତ୍ର ଦେବାକୁ ପଡ଼ିବ। ଜଣେ ଦର୍ଶକ ଦୁଇରୁ ଅଧିକ ଟିକେଟ୍ କିଣିପାରିବେ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

କଟକ ଡିସିପି ପିନାକ ମିଶ୍ର ଷ୍ଟାଡିୟମରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ କହିଛନ୍ତି, ଲୋକେ ଯେପରି ଧାଡ଼ିରେ ବସି ଟିକେଟ୍ କିଣିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଆମେ ଆଶା କରୁଛୁ ଯେ ଆସନ୍ତାକାଲି ଅତି କମରେ 20 ହଜାରରୁ ରୁ 25 ହଜାର ଲୋକ ଭିଡ଼ କରିବେ ଏବଂ ଏହାକୁ ଦୃଷ୍ଟିରେ ରଖି ଷ୍ଟାଡିୟମ ନିକଟରେ 10 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।

Leave A Reply

Your email address will not be published.