Latest Odisha News

ନଦୀକୁ ତେଲ ଟ୍ୟାଙ୍କର ଖସିବା ପରେ ବିସ୍ଫୋରଣ, ଜିଅନ୍ତା ଜଳିଗଲେ ୪ ଜଣ

ନୟାଗଡ଼: ଇଟାମାଟି ଥାନା ବଡ଼ପଣ୍ଡୁସର ପୋଲରେ ବଡ଼ ଧରଣର ଦୁର୍ଘଟଣା ଘଚିଛି । ପେଟ୍ରୋଲିୟମ୍ ତୈଳ ନେଇ ଯାଉଥିବା ଟ୍ୟାଙ୍କର ନଦୀକୁ ଖସିବା ପରେ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତେଲ ଟ୍ୟାଙ୍କରଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । ଶୁକ୍ରବାର ବିଳମ୍ବିତ ରାତିରେ କ‌ୌଣସି କାରଣରୁ ଟ୍ୟାଙ୍କର ଉପରୁ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର ।

ଫଳରେ ତେଲ ଟ୍ୟାଙ୍କରଟି ପୋଲ ଉପରୁ ଖସି ସିଧା ତଳେ କୁସୁମୀ ନଦୀରେ ପଡ଼ିଥିଲା । ଏହାପରେ ଟ୍ୟାଙ୍କରରେ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ଏଥିରେ ଟ୍ୟାଙ୍କର ‌ଡ୍ରାଇଭର, ହେଲପରଙ୍କ ସହ ଉଦ୍ଧାର କରିବାକୁ ଯାଇଥିବା ୨ ଜଣ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.