Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲର ନିର୍ମାଣ କାର୍ଯ୍ୟକୁ ବିରୋଧ, ପ୍ରଥମେ ଥଇଥାନ ଦାବି

ପାରାଦୀପ: ଜମି ନେଇଛ, ରୋଜଗାର ଦିଅ । ପ୍ରତିଶ୍ରୁତି ଦେଇଥିଲ, ଥଇଥାନ କର । ପାରାଦୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କାରଖାନାର ପାଇପ୍ ଲାଇନ୍ ଓ ବନ୍ଧ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ନାରା ଦେଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଗ୍ରାମବାସୀ ଓ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଅନ୍ଧାରରେ ରଖି କମ୍ପାନୀ କର୍ତ୍ତୃପକ୍ଷ ନିର୍ମାଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ବିମାନାସୀ, ଗୋରଡ଼ ଓ ଉଦୟବଟ ଗାଁରେ ଲୋକେ କମ୍ପାନୀ କାର୍ଯ୍ୟକୁ ବିରୋଧ କରି କାମ ହେଉଥିବା ସ୍ଥାନରେ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁସାରେ କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତ ପରିବାରକୁ ଥଇଥାନ କରିବାର ବ୍ୟବସ୍ଥା କରିନାହାନ୍ତି । ଏପରିକି ଗାଁର ବର୍ଷାଜଳ ନିଷ୍କାସନ ପାଇଁ ଥିବା ବାଟକୁ କମ୍ପାନୀ ଅବରୋଧ କରିଥିବା ଅଭିଯୋଗ ହୋଇଛି ।

ଧାରଣା ସ୍ଥଳରେ ଲକ୍ ଥାନା ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ଆଲୋଚନା କରିଥିବା ବେଳେ ସମାଧାନର ବାଟ ବାହାରି ପାରିନି । ବିରୋଧ ପରେ କମ୍ପାନୀ କାମ ବନ୍ଦ କରିବା ସହ ତ୍ରିପାକ୍ଷିକ ଆଲୋଚନା କରି ସମାଧାନ କରାଯିବ ବୋଲି କହିଛନ୍ତି ସାଇଟ୍ ଇନଚାର୍ଜ । ଅପେକ୍ଷା ତ୍ରିପାକ୍ଷିକ ଆଲୋଚନା ପରେ କଣ ପଦକ୍ଷେପ ନେବ କମ୍ପାନୀ ।

Comments are closed.