Latest Odisha News

BREAKING NEWS

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ ଏହି ଘଟଣା ଘଟିଛି । ବଡବାପା ପୁଅ ବୀରେନ ଦଳାଇ (୨୫)ଙ୍କ ଉପରକୁ ଦାଦା ପୁଅ ଭାଇ ସୁରଜ ଦଳାଇ ଓରଫ ବାବୁ (୨୬) ଗୁଳି ଚଲାଇଛି । ଦିନ ୨ ଟା ୩୦ ମିନିଟ୍‌ ବେଳେ ବୀରେନଙ୍କ ଘର ଭିତରେ ପଶି ବାବୁ ଗୁଳି ଚଲାଇଥିଲା। ବୀରେନଙ୍କ ଡାହାଣ ଛାତି ତଳେ, ଡାହାଣ ହାତ ବାଜୁରେ, ଡାହାଣ ହାତ ପାପୁଲିରେ ଓ ତଳି ପେଟରେ ଏହି ୪ ରାଉଣ୍ଡ ଗୁଳି ବାଜିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଅପରପକ୍ଷେ ଏହି ଘଟଣାକୁ ନେଇ ଖଲିକୋଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.