Latest Odisha News

BREAKING NEWS

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ଆଜି ‘ଆଇଏମଏ’ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୬ଟାରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହା ଆଗାମୀ ୨୪ ଘଣ୍ଟା ଯାଏଁ ରହିବ ବୋଲି ଜଣାପଡିଛି ।

ତେବେ ସଂଘ ପକ୍ଷରୁ ଜରୁରୀକାଳୀନ ତଥା କାଜୁଆଲିଟି ସେବା ପ୍ରଦାନ ଜାରି ରହିବ ବୋଲି ଆଶ୍ୱାସନା ଦିଆଯାଇଛି ।

Leave A Reply

Your email address will not be published.