Latest Odisha News

BREAKING NEWS

‘ଅଗ୍ନିପଥ’ ହିଂସା ଆଶଙ୍କାରେ ବ୍ରହ୍ମପୁର ଷ୍ଟେସନରେ କଡ଼ା ସୁରକ୍ଷା

ବ୍ରହ୍ମପୁର: ‘ଅଗ୍ନିପଥ’ ବିରୋଧରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଶେଷ କରି ପଡୋଶୀ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇଦେବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଯାଇଛି ରେଳ ବିଭାଗ।

ବ୍ରହ୍ମପୁର ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଷ୍ଟେସନର ଦୁଇଟି ଗେଟ ମଧ୍ୟରୁ ଗୋଟିଏ ଗେଟକୁ ବନ୍ଦ କରିଦିଆଯାଇଛି। ଅନ୍ୟ ଗେଟରେ ଯେଉଁମାନେ ପ୍ରବେଶ କରୁଛନ୍ତି, ସେମାନଙ୍କ ଯାଞ୍ଚ ହେଉଛି। ଅସ୍ଥାୟୀ ଭାବେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ ରହିଛି। ଯାତ୍ରା ଟିକେଟ ନଥିଲେ କାହାରିକୁ ଷ୍ଟେସନ ଭିତରକୁ ଛଡା ଯାଉନାହିଁ। ରେଳ ସୁରକ୍ଷା ବଳ, ସ୍ଥାନୀୟ ପୋଲିସକୁ ଷ୍ଟେସନ ଭିତରେ ଏବଂ ବାହାରେ ମୁତୟନ କରାଯାଇଛି।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ହିଂସା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଭୁବନେଶ୍ୱର- ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ଇଣ୍ଟରସିଟି ଏବଂ ବିଶାଖା ଏକ୍ସପ୍ରେସ ବନ୍ଦ ରହିଛି। ଅନ୍ୟ କେତେକ ଟ୍ରେନରେ ସମୟରେ ପରିବର୍ତ୍ତନ ହୋଇଥିବା ବ୍ରହ୍ମପୁର ଷ୍ଟେସନ ମାଷ୍ଟର ଦୁର୍ଗା ପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି।

Comments are closed.