Latest Odisha News

BREAKING NEWS

ଜାଣନ୍ତୁ, ୧୭ତମ ଲୋକସଭାର ଏହି ୭ଟି ରୋଚକ କଥା…

ନୂଆଦିଲ୍ଲୀ : ଚଳିତ ନିର୍ବାଚନ ପରେ ୧୭ତମ ଲୋକସଭାର ପ୍ରଥମ ବଜେଟ୍ ଅଧିବବେଶନ ସୋମବାର ଦିନ ଆରମ୍ଭ ହୋଇଛି । ଏହା ହେଉଛି ମୋଦୀ ସରକାରର ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନ ।

ଆଜିର ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଜାଣନ୍ତୁ ସପ୍ତଦଶ ଲୋକସଭାର କିଛି ରୋଚକ କଥା…

ସଂସଦରେ ନଜର ଆସିବେନି ପୂର୍ବତନ ପ୍ରଧାନମନ୍ତ୍ରୀ-

ରାଜ୍ୟସଭାର ସାଂସଦ ରୂପେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଜୁନ୍ ୧୪ ତାରିଖରେ ସମାପ୍ତ ହୋଇଛି । ସେହିପରି ଏଚଡି ଦେବେଗୌଡା ଚଳିତ ଲୋକସଭା ନିର୍ବାଚନ କର୍ଣ୍ଣାଟକର ତୁମକୁର ଆସନରୁ ହାରିଛନ୍ତି । ଫଳରେ ସଂସଦର ଏହି ଅଧିବେଶନରେ କେହି ପୂର୍ବତନ ପ୍ରଧାନମନ୍ତ୍ରୀ ନଜର ଆସିବେ ନାହିଁ ।

ଦିଗଜ ନେତାଙ୍କର ସ୍ୱର ଗୁଞ୍ଜରିତ ହେବ ନାହିଁ-

ଭାରତର ନିର୍ବାଚନ ଇତିହାସରେ ଯେଉଁମାନଙ୍କର ସ୍ୱର ଗତ ୩ ଦଶକରୁ ବି ଅଧିକ ସମୟ ଯାଏଁ ସଂସଦ ଗୃହରେ ଗୁଞ୍ଜରିତ ହେଉଥିଲା, ସେମାନଙ୍କର ସ୍ୱର ଆଉ ଶୁଣିବାକୁ ମିଳିବ ନାହିଁ । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାନୀଙ୍କ ସମେତ ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ, ହୁକୁମଦେବ ନାରାୟଣ ଯାଦବ, ମଲ୍ଲିକାର୍ଜୁନ ଖଡଗେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଭଳି ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିବ ନାହିଁ ।

ଏମାନଙ୍କ ମଧ୍ୟରୁ କିଛି ତୁଙ୍ଗ ନେତା ନିଜ ବୟସାଧିକ ଯୋଗୁଁ ଚଳିତ ନିର୍ବାଚନ ଲଢିନଥିବାବେଳେ ଖଡଗେ ଓ ସିନ୍ଧିଆ ୨୦୧୯ ନିର୍ବାଚନ ଲଢି ନିଜନିଜ ନିର୍ବାଚନମଣ୍ଡଳୀରୁ ପରାଜିତ ହୋଇଥିଲେ ।

ଅମିତ ଶାହଙ୍କ ପ୍ରଥମ ଲୋକସଭା ଅଧିବେଶନ-
ଲୋକସଭାର ସଦସ୍ୟ ଭାବେ ବିଜେପି ରାଷ୍ଟ୍ରାଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହା ପ୍ରଥମ ଅଧିବେଶନ । ପୂର୍ବରୁ ସେ ପାର୍ଲିଆମେଣ୍ଟର ଉପର ଗୃହର ସଦସ୍ୟ ଭାବେ ରହିଥିଲେ ।

ଗୁଜୁରାଟର ଗାନ୍ଧୀନଗରରୁ ସେ ନିର୍ବାଚନ ଲଢି ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେହି କଂଗ୍ରେସ ସାଂସଦ ନାହାନ୍ତି-

ଚଳିତଥର ୧୭ ତମ ଲୋକସଭାରେ ବିରୋଧି ଦଳ ନେତା ଭାବେ କଂଗ୍ରେସ ଖାତା ଖୋଲିପାରିନାହିଁ । ଏହାବ୍ୟତୀତ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦଳ ବିଜୟ ଲାଭ କରିଛି । ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଓଡିଶା ଭଳି ରାଜ୍ୟରେ କେହି କଂଗ୍ରେସ ସାଂସଦ ପ୍ରାର୍ଥୀ ନାହାଁନ୍ତି । ସେହିଭଳି ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରୁ କଂଗ୍ରେସ ପକ୍ଷରୁ ଗୋଟିଏ ବି ସାଂସଦ ପ୍ରାର୍ଥୀ ମନୋନୀତ ହେବେ ନାହିଁ।

ଆଣ୍ଡାମାନ ଓ ନିକୋବର, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ, ଲାକ୍ଷାଦ୍ୱୀପ, ମଣିପୁର, ମିଜୋରାମ, ସିକ୍କିମ ଏବଂ ତ୍ରୀପୁରାରୁ ମଧ୍ୟ କେହି ପ୍ରାର୍ଥୀ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ ।

ଦେଖାଯିବେନି ବିରୋଧୀ ଦଳ ନେତା-

୨୦୧୪ ଲୋକସଭା ପରି ଚଳିତ ଥର ମଧ୍ୟ କୌଣସି ଦଳ ବିରୋଧି ଦଳର ମାନ୍ୟତା ପାଇନାହାଁନ୍ତି । ବିରୋଧି ଦଳ ଲାଗି ୫୫ଟି ଆସନ ଅକ୍ତିଆର କରିବାକୁ ଥିବାବେଳେ କଂଗ୍ରେସ ୫୨ଟି ଆସନ ପାଇଛି । ଲୋକସଭାରେ ବିରୋଧି ଦଳ ନେତା ନଥିବା ଏକ ଅ୍ରସ୍ୱାଭାବିକ ପ୍ରକ୍ରିୟା ନୁହେଁ । ତେବେ ପୂର୍ବରୁ ୧୯୬୯ ଲୋକସଭାରେ ଏଭଳି ଘଟିଥିଲା । ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ୫ମ, ୭ମ ଏବଂ ୮ମ ଲୋକସଭାରେ ଏହି ଭଳି ଘଟଣା ଦେଖିବାକୁ ମିଳିଥିଲା ।

ସର୍ବାଧିକ ମହିଳା ସାଂସଦ-

୧୭ତମ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ମୋଟ୍ ସଦନ ସଂଖ୍ୟାର ୧୪.୩ ପ୍ରତିଶତ ହେଉଛନ୍ତି ମହିଳା । ଚଳିତ ଥର ୭୮ ଜଣ ମହିଳା ସାଂସଦ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣ ପ୍ରଥମଥର ଲାଗି ସାଂସଦ ହୋଇଛନ୍ତି ।
୨୦୧୪ରେ ୬୨ ଜଣ ମହିଳା ଲୋକସଭା ପ୍ରତିନିଧି ଭାବେ ରହିଥିଲେ ।

ତେବେ ସରକାରରେ ମୋଟ୍ ୬ ଜଣ ମହିଳା ସାଂସଦଙ୍କୁ ମନ୍ତ୍ରୀ ରୂପେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଏହି ୩ ଜଣ ହେଲେ ନିର୍ମଳା ସୀତାରମଣ, ହରସିମରତ କୌର ବାଦଲ ଏବଂ ସ୍ମୃତି ଇରାନୀ ପ୍ରମୁଖ ।

୩୯% କେବଳ ‘ଫୁଲ୍ ଟାଇମ୍ ରାଜନେତା’-

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରେ କେବଳ ୩୯ ପ୍ରତିଶତ ସାଂସଦ ପେଶାରେ ଜଣେ ଜଣେ ପେଶାଦାର ରାଜନୀତିଜ୍ଞ ତଥା ସମାଜ ସେବା ଦ୍ୱାରା ଜଡିତ ।

ଏମାନଙ୍କ ମଧ୍ୟରେ ୨୪ ପ୍ରତିଶତ ସାଂସଦ ବ୍ୟବସାୟୀ ହୋଇଥିବାବେଳେ ପାଖାପାଖି ୩୮ ପ୍ରତିଶତ ଲୋକସଭା ସାଂସଦ କୃଷକ ତଥା ଚାଷ କାର୍ଯ୍ୟରେ ସମ୍ପୃକ୍ତ ରହିଥିବା ଚାଷୀ ।

Leave A Reply

Your email address will not be published.