Latest Odisha News

BREAKING NEWS

ଆଜି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜିଠୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଲୋକସଭାର କାମଚଳା ବାଚସ୍ପତି ଡ଼ଃ ବୀରନ୍ଦ୍ର କୁମାର ଅଧିବେଶନ ଆରମ୍ଭ ପରେ ସମସ୍ତ ସାଂସଦଙ୍କ ଶପଥ ପାଠ କରାଇଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କୁ ଶପଥ ପାଠ କରାଇଛନ୍ତି ।

ଜୁଲାଇ ୨୬ ତାରିଖ ଯାଏଁ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ପ୍ରଥମ ଦୁଇଦିନ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୯ ତାରିଖ ଦିନ ଲୋକସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ୪ରେ ସଂସଦରେ ଅର୍ଥନୈତିକ ସର୍ଭେ ଏବଂ ୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ ବୋଲି ସୂଚନା ମିଳିଛି । ଏହାବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ସହ ତିନି ତଲାକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ।

Leave A Reply

Your email address will not be published.