ବ୍ରହ୍ମପୁର: ଘରୋଇ କଳିକୁ ନେଇ ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ। ଗଂଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି।
ଶନିବାର ବିଳମ୍ବିତ ରାତିରେ ବୋହୂ ସୁଲତା ନାୟକ ଏବଂ ଶ୍ୱଶୁର ସୀମାଞ୍ଚଳ ନାୟକ(୫୫)ଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଯୁକ୍ତିତର୍କ ହୋଇଥିଲା।
ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ସୁଲତା କାଠ ଫାଳିଆରେ ସୀମାଞ୍ଚଳ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ହିଁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିଲା। ରାତିରେ ସୁଲତା ଏ ବିଷୟରେ କାହାକୁ କହି ନଥିଲେ।
ରବିବାର ସକାଳେ ସୀମାଞ୍ଚଳ ଶବ ପଡିଥିବା ପରିବାର ଲୋକେ ଦେଖିବା ପରେ ଆସିକା ଥାନା ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୀମାଞ୍ଚଳଙ୍କ ଭାଉଜ ରଙ୍ଗବତୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଥିବା ସୂଚନା ମିଳିଛି।
Comments are closed.