Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପରିଚୟପତ୍ରକୁ ନେଇ ଅଡ଼ୁଆରେ ବର୍ଷା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ !

ଭୁବନେଶ୍ୱର: ପାରିବାରିକ ବିବାଦ ପରେ ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । କୋର୍ଟ, ଥାନା ପରେ ଇଡିରେ ଅନୁଭବ ଫେରାଦ ହେବା ପରେ ବର୍ଷାଙ୍କ ଲାଗି ବଢ଼ିବାରେ ଲାଗିଛି ଅଡ଼ୁଆ । ବର୍ଷା ନିଜର ଏକାଧିକ ପରିଚୟପତ୍ରରେ ନାଁର ସ୍ପେଲିଂକୁ ନେଇ ବିବାଦ ଘେରକୁ ଆସିଥିବା ବେଳେ ଇଡି କଣ ପଦକ୍ଷେପ ନେବ ତା’କୁ ନେଇ ଚାଲିଛି ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅନୁଭବଙ୍କ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ କରିଛି ଇଡି । ବର୍ଷାଙ୍କ ପ୍ୟାନ କାର୍ଡ, ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଓ ବ୍ୟାଙ୍କ ଆକାଉଣ୍ଟରେ ଦିଆଯାଇଥିବା ନାଁକୁ ନେଇ ଇଡି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଯାଞ୍ଚ ପରେ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡାକିବା ସମ୍ଭାବନା ରହିଛି । ବର୍ଷାଙ୍କୁ ଇଡି ପଚାରିପାରେ ଭିନ୍ନ ଭିନ୍ନ ପରିଚୟପତ୍ରରେ ନାଁର ସ୍ପେଲିଂ କାହିଁକି ଭିନ୍ନ ? କାହିଁକି ପାନ କାର୍ଡରେ ଗୋଟିଏ ନାଁ ଥିବାବେଳେ ତଳେ କରାଯାଇଛି ଭିନ୍ନ ଦସ୍ତଖତ ?

ପାନ କାର୍ଡ ହେଉକି ବ୍ୟାଙ୍କ ଆକାଉଣ୍ଟ ଅଥବା ଅନ୍ୟ କୌଣସି ଆକାଉଣ୍ଟ ଖୋଲିବା ଲାଗି ଆବଶ୍ୟକ ପରିଚୟପତ୍ର । ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭିନ୍ନ ଭିନ୍ନ ପରିଚୟପତ୍ରରେ ଆକାଉଣ୍ଟ ଖୋଲି ଆୟକର ଫାଙ୍କୁଥିବା ଅନୁଭବଙ୍କ ଅଭିଯୋଗ ପରେ ଚର୍ଚ୍ଚା ଜୋର୍ ଧରିଛି । ପରିଚୟପତ୍ର ଯାଞ୍ଚରେ ଇଡି କୌଣସି ଅନିୟମିତତା ପାଇଲେ ଆୟକର ବିଭାଗ ମଧ୍ୟ ଖୋଳତାଡ଼ ଆରମ୍ଭ କରିବ ।

Leave A Reply

Your email address will not be published.