Latest Odisha News

BREAKING NEWS

ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ସବିତା, ଦୀପଗ୍ରେସଙ୍କୁ ଗୁରୁ ଦାୟିତ୍ୱ, ବାଦ ପଡିଲେ ରାନୀ

ନୂଆଦିଲ୍ଲୀ: ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ଗୋଲକିପର ସବିତା ପୁନିଆଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ତେବେ ଆଘାତ ସମସ୍ୟା ଯୋଗୁ ନିୟମିତ ଅଧିନାୟକ ରାନୀ ରାମପଲ ଦଳରୁ ଓହରି ଯାଇଛନ୍ତି । ଓଡିଶାର ଉଦୀୟମାନ ଖେଳାଳି ସଲିମା ଟେଟେଙ୍କୁ ମଧ୍ୟ ସୁଯୋଗ ମିଳିଛି । ଦରଲାଣ୍ଡ ଓ ସ୍ପେନରେ ଜୁଲାଇ ୧ରୁ ୧୭ ପର୍ଯ୍ୟନ୍ତ ବିଶ୍ୱକପ ଆୟୋଜିତ ହେବ । ଇଂଲଣ୍ଡ, ଚୀନ, ନ୍ୟୁଜିଲାଣ୍ଡ ସହ ପୁଲ ବିରେ ଭାରତ ସ୍ଥାନ ପାଇଛି । ଜୁଲାଇ ୩ରେ ଇଂଲଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଇଂଲଣ୍ଡଠାରୁ ହାରି ଭାରତ ବ୍ରୋଞ୍ଜ ପଦକ ହାତଛଡା କରିଥିଲା ।

ଭାରତୀୟ ଦଳ: ସବିତା ପୁନିଆ (ଅଧିନାୟିକା), ବିଚୁ ଦେବୀ ଖାରିବାମ, ଦୀପଗ୍ରେସ ଏକ୍କା (ଉପ ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ନିଶା, ସୁଶୀଲା ଚାନୁ ପୁଖରମବାମ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସୋନିକା, ସଲିମା ଟେଟେ, ବନ୍ଦନା କାଟରିୟା, ଲାଲରେମସିଆମି, ନବନୀତ କୌର, ଶର୍ମିଳା ଦେବୀ । ବଦଳ ଖେଳାଳି: ଅକ୍ଷତା ଆବୋସୋ ଢ଼େକାଲେ, ସଙ୍ଗୀତା କୁମାରୀ ।

Leave A Reply

Your email address will not be published.