କାବୁଲ : ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଭାଙ୍ଗିରୁଜି ନଷ୍ଟ ହୋଇଛି। ମୃତାହାତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରାକ୍ଟିକା ପ୍ରଦେଶର ୪ଟି ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନ ସୀମା ନିକଟସ୍ଥ ପ୍ରାକ୍ଟିକା ପ୍ରଦେଶ ଫୁଟେଜରୁ ଭୂକମ୍ପଜନିତ ଧନଜୀବନ କ୍ଷୟକ୍ଷତି ନେଇ ଜଣାପଡ଼ିଛି। ଘଟଣାସ୍ଥଳରେ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ସୂଚନା ମିଳିଛି। ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ସ୍ଥିତ ଖୋଷ୍ଟ ସିଟି ଠାରୁ ୪୪ କି.ମି ଦୂର ଏବଂ ଏହାର ଗଭୀରତା ୫୦.୮ କି.ମି. ଥିଲା। ସ୍ଥାନୀୟ ସମୟ ଅନୁସାରେ ସଠିକ ରାତି ଘ୧.୫୪ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା।
BREAKING NEWS
- ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ ଟିପ୍ପଣୀ
- ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
- Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ କମ୍ପିଲା ଗୃହ
- ଚାକିରି ନାଁରେ ଠକେଇ; ବିହାରର ଜଣଙ୍କୁ ଗିରଫ କଲା ଇଓଡବ୍ଲୁ
- Dharmashala Incident: ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ରାଜନୀତିକରଣ କରିବା ଆବଶ୍ୟକ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ନେବ
- ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି
- ଓଡିଶାବାସୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
- ଡିସେମ୍ବର ୧୯ରେ ସମ୍ବଲପୁର ବନ୍ଦ ଡାକରା, ଜାଣନ୍ତୁ କାହିଁକି…
- ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ
- ଓଡ଼ିଶାରେ ଆୟୋଜିତ ହେବ ଏଫ୍ଆଇଭିବି ବିଚ୍ ଭଲିବଲ୍ ଏଫ୍ଆଇଭିବି
Comments are closed.