କାବୁଲ : ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଭାଙ୍ଗିରୁଜି ନଷ୍ଟ ହୋଇଛି। ମୃତାହାତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରାକ୍ଟିକା ପ୍ରଦେଶର ୪ଟି ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନ ସୀମା ନିକଟସ୍ଥ ପ୍ରାକ୍ଟିକା ପ୍ରଦେଶ ଫୁଟେଜରୁ ଭୂକମ୍ପଜନିତ ଧନଜୀବନ କ୍ଷୟକ୍ଷତି ନେଇ ଜଣାପଡ଼ିଛି। ଘଟଣାସ୍ଥଳରେ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ସୂଚନା ମିଳିଛି। ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ସ୍ଥିତ ଖୋଷ୍ଟ ସିଟି ଠାରୁ ୪୪ କି.ମି ଦୂର ଏବଂ ଏହାର ଗଭୀରତା ୫୦.୮ କି.ମି. ଥିଲା। ସ୍ଥାନୀୟ ସମୟ ଅନୁସାରେ ସଠିକ ରାତି ଘ୧.୫୪ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା।
BREAKING NEWS
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି
- ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ
- Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
- ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…

Comments are closed.