Latest Odisha News

BREAKING NEWS

ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ: ଅକ୍ଟୋବର-ଫେବୃଆରୀ ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି । ଏ ସକାଶେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି ।

ଏହି ସମୟ ଭିତରେ ସହର ଭିତରକୁ କୌଣସି ଟ୍ରକ ଛଡ଼ାଯିବନି । ଦିଲ୍ଲୀ ସରକାରଙ୍କ ଏକ ବିଜ୍ଞପ୍ତି ଅନୁଯାୟୀ- ୧ ଅକ୍ଟୋବରରୁ ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଯାହା ଭିତରେ କୌଣସି ପରିସ୍ଥିତିରେ ଦିଲ୍ଲୀ ସହର ଭିତରକୁ ଟ୍ରକ ଛଡ଼ାଯିବନି ।

ଶୀତ ଋତୁରେ ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ୨.୫ ପିଏମକୁ ଖସିଯାଇଥିଲା । ଏହି ସମୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାଂଘାତିକ ଭାବେ ତଳକୁ ଖସିଯାଉଛି । ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ।

କଳକାରଖାନାରୁ ନିର୍ଗତ ଧୂଆଁ, ଗାଡ଼ି ମଟର ତଥା ଯାନବାହାନରୁ ନିର୍ଗତ ଧୂଆଁ ଏବଂ ପଡ଼ୋଶୀ ଦୁଇ ରାଜ୍ୟ ହରୟାଣା ଏବଂ ପଞ୍ଜାବରେ ଚାଷ ଅବଶେଷ ପୋଡ଼ାଯିବା ଯୋଗୁଁ ତାହାର ପ୍ରଭାବ ଦିଲ୍ଲୀ ଉପରେ ପଡୁଛି ।

ପୂର୍ବରୁ ଦିଲ୍ଲୀ ସରକାର ପ୍ରଦୂଷଣ ବଢ଼ିଲେ ଟ୍ରକ ଚଳାଚଳ ବନ୍ଦ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଆଗରୁ ଏହି ନିଷ୍ପତ୍ତି ନେଇଥିବାରୁ ପ୍ରଦୂଷଣ ମାତ୍ରା କିଛିଟା କମିବା ଆଶା କରାଯାଉଛି ।

Leave A Reply

Your email address will not be published.