Latest Odisha News

BREAKING NEWS

ଦୁର୍ନୀତି ଅଭିଯୋଗରେ ଗିରଫ ପଞ୍ଜାବ ଆଇଏଏସ ସଞ୍ଜୟଙ୍କ ପୁତ୍ରଙ୍କ ଆତ୍ମହତ୍ୟା!

ଚଣ୍ଡୀଗଡ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇଏଏସ ସଞ୍ଜୟ ପୋପଲୀଙ୍କ ଏକମାତ୍ର ପୁତ୍ର କାର୍ତିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି । କାର୍ତିକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାର୍ତିକଙ୍କ ମାଆଙ୍କ ମତରେ ପୋଲିସ ଏବଂ ଭିଜିଲାନ୍ସ ବିଭାଗର ଅଧିକାରୀ କାର୍ତିକଙ୍କ ଉପରେ ମାନସିକ ଚାପ ପକାଇଥିଲେ । ଏପରି କି ସେମାନେ ମୋ ପୁଅକୁ ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଭିଜିଲାନ୍ସ ଅଧିକାରୀଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଛନ୍ତି । ଅଧିକାରୀମାନେ ତାଙ୍କୁ ଗାଡିରେ ବସାଇ ଘରକୁ ସାଙ୍ଗରେ ଆଣିଥିଲେ । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଧକ୍କା ମଧ୍ୟ ମାରିଥିଲେ । ୧୨ ଘଂଟା ପର୍ଯ୍ୟନ୍ତ ଥାନାରେ ବସାଇ ଯନ୍ତ୍ରଣା ଦେଇଥିଲେ । ମିଛ ବୟାନ ଦେବା ପାଇଁ ଡିଏସପି ବରିନ୍ଦର ଗୋୟଲଙ୍କ ଇସାରାରେ ଏହି ଯନ୍ତ୍ରଣା ଦିଆ ଯାଉଥିଲା ।

ପୋଲିସ ଏହି ଅଭିଯୋଗ ଖଣ୍ଡନ କରିବା ସହ କାର୍ତିକ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି ମାରିଥିଲେ । କାର୍ତିକ ଜଣେ ଭଲ ଛାତ୍ର ଥିଲେ । ସେ ଏବେ ଆଇଏଏସ ପାଇଁ ପ୍ରସ୍ତୁତି କରୁଥିଲେ । ଲାଂଚ ମାଗିବା ଅଭିଯୋଗରେ କିଛି ଦିନ ପୂର୍ବେ ପୋପଲୀଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.