Latest Odisha News

BREAKING NEWS

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ପ୍ରାଥମିକ ତଦନ୍ତରେ ଗୋଟିଏ କ୍ଲିନିକ ସିଜ୍ କରାଯାଇଛି । ‘ଭେଙ୍କଟେଶ ମାଟର୍ନିଟି ଆଣ୍ଡ ଇନଫର୍ଟିଲିଟି ସେଣ୍ଟର’ କ୍ଲିନିକର ଜଣେ କର୍ମଚାରୀ ଘଟଣାର ସତ ମାନିବା ପରେ କ୍ଲିନିକ୍ ସିଜ୍ କରାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମହେଶ କୋନେ ସୂଚନା ଦେଇଛନ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ ତଥା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପ୍ରାଥମିକ ତଦନ୍ତରେ ଗୋଟିଏ କ୍ଲିନିକ ସିଜ୍ କରାଯାଇଛି । ‘ଭେଙ୍କଟେଶ ମାଟର୍ନିଟି ଆଣ୍ଡ ଇନଫର୍ଟିଲିଟି ସେଣ୍ଟର’ କ୍ଲିନିକର ଜଣେ କର୍ମଚାରୀ ଘଟଣାର ସତ ମାନିବା ପରେ କ୍ଲିନିକ୍ ସିଜ୍ କରାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମହେଶ କୋନେ ସୂଚନା ଦେଇଛନ୍ତି ।

କୋନେ କହିଛନ୍ତି ଯେ, “କ୍ଲିନିକ କର୍ତ୍ତୃପକ୍ଷ ମାନିଛନ୍ତି ସେମାନେ ଏହି ଅଣ ବିକଶିତ ଭ୍ରୂଣ ନଷ୍ଟ କରାଯାଇଛି । ଏହି ଭ୍ରୂଣ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏବଂ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି । ଏଥି ସହ ସ୍ଥାନୀୟ ଅଞ୍ଚଳରେ ଅନ୍ୟ ସମସ୍ତ କ୍ଲିନିକରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛ ।”

ବର୍ତ୍ତମାନ ପର୍ଯ୍ୟନ୍ତ ଭ୍ରୂଣ ଗୁଡ଼ିକର ଲିଙ୍ଗ ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ଲିଙ୍ଗ ଚିହ୍ନଟ ହେବ ବୋଲି ଅପେକ୍ଷା ରହିଛି । ପ୍ରାଥମିକ ତଦନ୍ତ ଅନୁସାରେ, ଭ୍ରୂଣ ଗୁଡ଼ିକ ୭ରୁ ୮ ମାସର ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏହି ଅଂଚଳରେ ନଷ୍ଟ ଭ୍ରୂଣ ମିଳିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ୨୦୧୩ ମସିହାରେ ୧୩ଟି ଭ୍ରୂଣ ହିରଣ୍ୟକେଶୀ ନଦୀ କୂଳରେ ମିଳିଥିଲା ।
ସ୍ଥାନୀୟ ବିଧାୟକ ବାଲାଚନ୍ଦ୍ର ଜରିଖୋଲି ଘଟଣାକୁ ଲଜ୍ଜ୍ୟା ଓ ଜଘନ୍ୟ କହିବା ସହ ପୋଲିସକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା କଥା କହିଛନ୍ତି ।

Leave A Reply

Your email address will not be published.