Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ । ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଫଳାଫଳ ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି କହିଛନ୍ତି, ମନ୍ତ୍ରୀ ଶ୍ରୀ ଦାଶ ।

୨. ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ । ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ । ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ ବୋଲି ଉଦ୍ଧବ କହିଛନ୍ତି । ସେପଟେ ପୁଣେରେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତିି ଶିବସେନା କର୍ମୀ ।

.

ବିନା ହେଲମଟରେ ବୁଲିବା ପଡିଲା ମହଙ୍ଗା l ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଫାଇନ୍ ଗଣିଛନ୍ତି ମନ୍ତ୍ରୀ ଓ ବିଧାୟକ !ବାଇକରେ ବସି ସ୍କୁଲ ପରିଦର୍ଶନ କରିବାକୁ ଯାଉଥିବା ବେଳେ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ବାଲେଶ୍ୱର ସଦର ବିଧାୟକ ହେଲମେଟ୍ ପିନ୍ଧିନଥିବାରୁ, ଉଭୟେ ଜୋରିମାନା ଭରିଛନ୍ତି ।

Education Minister & MLA Fined For Riding Motorcycle Without Helmetରା

ରାଉରକେଲାରେ ପୋଲିସର ଏନକାଉଣ୍ଟର । ଶନିବାର ଦିନ ଆନ୍ତଃରାଜ୍ୟ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଅପରାଧୀ ଆହତ ହୋଇଛି । ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ ।

ଶେଷଙ୍କ ସଂଘର୍ଷର କାହାଣୀରେ ବିଦେଶରେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ଓଡ଼ିଶାର ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଭେଟି ୪ ବର୍ଷ ତଳର ସ୍ମୃତି ମନେ ପକାଇଛନ୍ତି।

ମୌସୁମୀକୁ ଶକ୍ତ କରୁଛି ଘୂର୍ଣ୍ଣିବଳୟ । ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଆଜି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମହାଦେବ ବିଷପାନ କରିବା ଭଳି ମୋଦି ଜୀ ୧୯ ବର୍ଷ ଧରି ଚୁପଚାପ୍ ସବୁ କଷ୍ଟ ସହିଛନ୍ତି’ । ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ ପରେ ଏକଥା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା l ମୋଦିଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଦୀର୍ଘ ୧୯ ବର୍ଷ ହେଲା ଚୁପଚାପ୍ ସହିଥିବା କହିଛନ୍ତି ଶ୍ରୀ ଶାହା ।

ଆଜି ରାଜପ୍ରସାଦ ବିଜେ l ସୁସ୍ଥ ହେଲେ ମହାପ୍ରଭୁ । ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇଛନ୍ତି । ଦଶମୀରେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲାରେ ଅଦାଲତ ଆହୁରି ୯୦ ଦିନର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଉଭୟ ସେମାନଙ୍କ ମଧ୍ୟରେ ବୁଝାମୁଣା କରି ମୀମାଂସା କରିପାରିଲେ କୋର୍ଟକୁ ଅବଗତ କରିପାରିବେ ବୋଲି କୋର୍ଥ୍ ଦର୍ଶାଇଛନ୍ତି l

ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୫୯୪୦ କରୋନା ପଜିଟିଭ୍ ।ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି ।

ଆସାମରେ ପ୍ରଳୟଂକାରୀ ବନ୍ୟାରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି l ଘରେ ପାଣି ପଶିଯାଇଥିବାରୁ ଏବେ ଅନେକେ ରାଜପଥରେ ଆଶ୍ରୟ ନେଇଛନ୍ତି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୧୮ରେ ପହଞ୍ଚିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି।

ଆଜିର ଦିନରେ କ୍ରିକେଟକୁ ମିଳିଥିଲା ନୂଆ ଚାମ୍ପିଅନ l ଏବେ ବି ସତେଜ ୧୯୮୩ ବିଶ୍ୱକପ ବିଜୟ ସ୍ମୃତି ୩୯ବର୍ଷ ତଳେ ଆଜିର ଦିନରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା । ୩୯ ବର୍ଷ ତଳେ ଆଜିର ଦିନରେ  ଜୁନ୍‌ ୨୫ ତାରିଖ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା ।

ବିସିସିଆଇକୁ ଚେକ୍ ଦେବ ପିସିବି ! ଜୟ ଶାହଙ୍କ ନିଷ୍ପତ୍ତିକୁ ଆଇସିସିରେ କରିବ ଚ୍ୟାଲେଞ୍ଜ୍ ।ବନିକଟରେ ବିସିସିଆଇ ସମ୍ପାଦକ ଜୟ ଶାହ ଦେଇଥିବା ମନ୍ତବ୍ୟକୁ ନେଇ ପିସିବି ବିସିସିଆଇକୁ ଘେରିବା ପାଇଁ ଆଗକୁ ବଢିଛନ୍ତି ରମିଜ୍ ରାଜା ।

ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କିଙ୍ଗ୍‌ ଖାନ୍, ନୂଆ ଲୁକ୍‌ରେ ଆସିଲେ ନଜର । ଆଗାମୀ ଫିଲ୍ମ ‘ପଠାନ୍‌’ର ମୋସନ ପୋଷ୍ଟର ସେୟାର । ଶାହରୁଖଙ୍କ ଏହି ଶକ୍ତିଶାଳୀ ଏବଂ ନୂଆ ଲୁକ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଥିବା ଜଣାପଡିଛି ।

ଲିକ୍‌ ହେଲା ବରୁଣ-କିଆରାଙ୍କ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ l ଏହି ସାଇଟ୍‌ରୁ ଫ୍ରି’ରେ ହେଉଛି ଡାଉନ୍‌ଲୋଡ୍‌ lପୁରା ଫିଲ୍ମ, ତାମିଲ ରକର୍ସ ନାମକ ଏକ ୱେବସାଇଟରେ ଅପଲୋଡ୍ ହୋଇଛି।

 

Leave A Reply

Your email address will not be published.